Masthead

ପ୍ରଶାସନର ଅଗୋଚରରେ ପାଟଣାଗଡ଼ ସହରରେ ଲାଗିଛି ସିସିଟିଭି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ସିସିଟିଭି ନଜରରେ ପୁରା ପାଟଣାଗଡ ସହର। ଅପରାଧ ଓ ଅପରାଧୀଙ୍କ ଗତିବିଧିକୁ ଲକ୍ଷ୍ୟ କରିବାପାଇଁ ଲାଗିଛି କି ସିସିଟିଭି । ସହରର ସୁରକ୍ଷାରେ ନିୟୋଜିତ ଥିବା ସରକାରୀ ସଂସ୍ଥା ଅଗୋଚରରେ ଏହି ସିସିଟିଭି ଗୁଡ଼ିକ ଲାଗିଛି ବୋଲି ଆଲୋଚନା ହେଉଛି । ସହର ଭିତରେ କିଏ ଏହି ସିସି ଟିଭି ଗୁଡ଼ିକୁ ଲଗାଇଛି ଆଉ କାହିଁକି ଲଗାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ପୁରା ପାଟଣାଗଡ ସହରକୁ ଜଗିଛି ସିସିଟିଭି। ଅପରାଧ ଓ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରହିଛି। ସହରର ସବୁ ପ୍ରବେଶ ପଥ ସହ ବଥର୍ଲା ଛକ, ପର୍ଶୁରାମ ଛକ, କଲେଜ ଛକ, ଏନଏସି ଛକ, ରାମଜୀ ଛକ ଏବଂ ମୁଖ୍ୟ ମାର୍କେଟ ସିସିଟିଭି ନଜରରେ ରହିଛି। କିନ୍ତୁ ସହରରେ କିଏ ସିସିଟିଭି ଲଗାଇଛି ତାର ଉତ୍ତର କାହାରି ପାଖରେ ନାହିଁ। ପୋଲିସ କହୁଛି ଏନଏସି ନିୟନ୍ତ୍ରଣରେ ଅଛି ସିସିଟିଭି। ସେପଟେ କିନ୍ତୁ ଏହାକୁ ସିଧାସଳଖ ମନା କରିଛନ୍ତି ଏନ୍ଏସି ଅଧିକାରୀ । ଏହାର ପାସୱାର୍ଡ ନଥିବା ସହ ସିସିଟିଭି ଲଗାଇବା ପାଇଁ କାଗଜପତ୍ର ବି ପ୍ରସ୍ତୁତ କରାଯାଇନଥିବା ସେ କହିଛନ୍ତି । ଏପଟେ ସହରରେ ସିସିଟିଭି ନେଇ ସହରବାସୀଙ୍କ ମଧ୍ୟରେ ଭାଳେଣି। ପୋଲିସ, ଏନଏସି ବ୍ୟତୀତ ଆଉ କିଏ, କେଉଁ ଉଦେ୍ଦଶ୍ୟରେ ଲଗାଇଛି ସିସିଟିଭି। ଅପରାଧ ନିୟନ୍ତ୍ରଣ ନା ଅପରାଧିକ କାର୍ୟ୍ୟକଳାପକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ କେହି ସିସିଟିଭି ଲଗାଇଛି ତାହା ତଦନ୍ତ ସାପେକ୍ଷ । ଏଠି ପ୍ରଶ୍ନ ଉଠୁଛି, ପୋଲିସ ଓ ଏନଏସି କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସହରରେ କେମିତି ଲାଗିଲା ସିସିଟିଭି ଆଉ କିଏ ଲଗାଇଲା ଏହି ସିସିଟିଭି। ଲୋକଙ୍କୁ ସୁରକ୍ଷା ଯୋଗାଇବା ବାହାନାରେ ଅପରାଧିକ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରୁ ନାହାନ୍ତି ତ କିଛି ଆପରାଧିକ ତତ୍ୱ! ସହରରେ ଚର୍ଚ୍ଚା, ଜଣେ ଟାଣୁଆ ନେତାଙ୍କ ହାତରେ ସିସିଟିଭି ପାସୱାର୍ଡ । କିଏସେ ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ