Masthead

ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ..ଚର୍ଚ୍ଚାରେ ୫ ହେବିୱେଟ ନେତାଙ୍କ ନାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ପରେ ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ଘୋଷଣା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରୀୟ ନେତୃତ୍ୱ ତିନି ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ମନହରଲାଲ ଖଟର ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଓ ବିଜେପି ସମ୍ପାଦକ ଆଶା ଲାକ୍ରାଙ୍କୁ ନିଯୁକ୍ତ କରିଛନ୍ତି ।

ତିନି ଜଣ ଭୋପାଳରେ ପହଞ୍ଚି ବିଧାନସଭା ଦଳ ସହ ବୈଠକ କରିବେ । ଶିବରାଜ ସିଂ ଚୌହାନଙ୍କ ସମେତ ୪ ହେବିୱେଟ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି । ଗତକାଲି ବିଷ୍ଣୁଦେବ ସାଏଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ବୈଠକରେ ବିଷ୍ଣୁଦେବ ସାଏଙ୍କ ନାଁ ଉପରେ ସହମତ ପ୍ରକାଶ କରିଥିଲେ ସମସ୍ତ ବିଧାୟକ । ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଷ୍ଣୁଦେବଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ