ପ୍ରଭୁ ଶ୍ରୀ ରାମଙ୍କ ପାଇଁ ୧୦୮ ଫୁଟର ଧୂପକାଠି ତିଆରି କଲେ ଭକ୍ତ

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ । ଏହି ଅବସରରେ ଗୁଜୁରାଟ ଭଦୋଦରାରେ ଜଣେ ଭକ୍ତ ତିଆରି କରିଛନ୍ତି ୧୦୮ ଫୁଟ ଲମ୍ବ ବିଶିଷ୍ଟ ୩.୫ ଫୁଟ୍ ଚଉଡ଼ାର ଏକ ଧୂପକାଠି । ଯାହା ଅଯୋଧ୍ୟାକୁ ରାମ ମନ୍ଦିରକୁ ପଠାଯିବ । ପ୍ରଭୁ ଶ୍ରୀ ରାମଙ୍କ ଉଦ୍ଦଶ୍ୟେରେ ଏହି ଧୂପକାଠି ସମର୍ପିତ ହେବ ।

ଭଦୋଦା ତର୍ସାଲିର ବାସିନ୍ଦା ବିହାଭାଇ ଭରୱାଦ ତାଙ୍କ ଘର ବାହାରେ ଗତ ୬ ମାସ ହେବ ଏହି କାମରେ ଲାଗିଛନ୍ତି । ଏହା ପୂର୍ବରୁ ସେ ୧୧୧ ଫୁଟ୍ ଲମ୍ବର ଏକ ଧୂପକାଠି ତିଆରି କରିଛନ୍ତି ।  ୩୦୦୦ କିଗ୍ରାର ଗାଈ ଗୋବର, ୯୧ କିଗ୍ରାର ଘିଅ, ୨୮୦ କିଗ୍ରାର ଦେବଦାରୁ ଗଛର କାଠଗୁଣ୍ଡ ଓ ଅନ୍ୟାନ୍ୟ ଜିନିଷର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏହି ଧୂପକାଠି । ସ୍ଥାନୀୟ ଏମପି ଓ ତାଙ୍କ ଟିମ୍ ଭରୱାଦଙ୍କ ଏହି କାମକୁ ସମର୍ଥନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!