Masthead

କଳା ଟଙ୍କା ବିରୋଧରେ ବିଜେପିର ପ୍ରତିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ ମିଳିଥିବା ବସ୍ତା ବସ୍ତା ଟଙ୍କାର ଗଣତି ଚାଲିଛି । ରବିବାର ଛୁଟିଦିନ ସତ୍ତ୍ୱେ ଟଙ୍କା ଗଣତି କରିଥିଲେ ବ୍ୟାଙ୍କ କର୍ମଚାରୀ । ତେବେ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଛି । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଗଣତି ହୋଇଥିଲା । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

 ଅନ୍ୟପଟେ କଳା ଟଙ୍କା ବିରୋଧରେ ଆଜି ଗର୍ଜିବ ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ମଦ ବ୍ୟବସାୟୀଙ୍କଠୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ମନମୋହନ ଦାୟୀ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ