Masthead

କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆଜି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତିି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୀରଥ ସିଂ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ପଲଟିଛି ଉତ୍ତରାଖଣ୍ଡ ରାଜନୀତି । ଲୋକସଭା ସାଂସଦ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତୀରଥ ସିଂହ ରାୱତଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି । ଦିଲ୍ଲୀରେ ୩ ଦିନ ହେବ ବିଜେପିର ଘୋମାଘଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ବର୍ତ୍ତମାନ ଏହା ସତ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ବୈଠକ ପରେ ତୀରଥ ସିଂହ ରାୱତ ଦଳୀୟ ଅଧ୍ୟକ୍ଷଙ୍କୁ ଇସ୍ତଫା ବାବଦରେ ଜଣାଇ ଡେରାଡୁନ ଫେରିଛନ୍ତି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆଜି ଡେରାଡୁନରେ ବିଧାୟକ ଦଳ ବୈଠକ ବସିବ ।

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକ ପରିଚାଳନା କରିବା ପାଇଁ ଦିନ ୧୧ ରେ ଡେରାଡୁନରେ ପହଞ୍ଚିବ । ଅପରାହ୍ନ ୩ ଟା ରେ ବିଧାୟକମାନଙ୍କୁ ନେଇ ବୈଠକରେ ଆଲୋଚନା ହେବ । ତେବେ ବୈଠକର ଅଧ୍ୟକ୍ଷତା ବିଜେପି ରାଜ୍ୟ ମୁଖ୍ୟ ମଦନ କୌଶିକ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ହରକ ସିଂହ ରାୱତ, ଧନ ସିଂହ ରାୱତ ଏବଂ ସତପାଲ ମହାରାଜଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି । ସେପଟେ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ୨୦୨୪ ପର୍ଯ୍ୟନ୍ତ ସେ ସାଂସଦ ଭାବେ ଦାୟିତ୍ବ ତୁଲାଇବେ ।

ଲୋକସଭା ସାସଂଦ ସହ ୨୦୧୯ ନିର୍ବାଚନ ପରଠୁ ପାଉରି ଘରୱାଲର ବିଧାୟକ ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ତୀରଥ ଏହି ପଦରୁ ଇସ୍ତଫା ଦେଇନଥିଲେ । ବର୍ତ୍ତମାନ ସେ ଏହି ପଦରୁ ଇସ୍ତଫା ଦେବାପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ । କୋରୋନା ମହାମାରୀ ପାଇଁ ନିର୍ବାଚନ ସମ୍ଭବ ନୁହେଁ । ଏପରି ସ୍ଥିତିରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ନହେଉ ବୋଲି ଚାହିଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଉତ୍ତରାଖଣ୍ଡ ପୌଡିର ଲୋକସଭା ସାଂସଦ ତୀରଥ ସିଂ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା