ଟିଟୋ ଗ୍ୟାଙ୍ଗର ଆଉଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଟିଟୋ ଗ୍ୟାଙ୍ଗର ଆଉ ଜଣେ ଅପରାଧୀ ଆଜି ଗିରଫ ହୋଇଛି । କେନ୍ଦ୍ରାପଡା ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ରାଜାକୁ ଭଦ୍ରକରୁ ଗିରଫ କରାଯାଇଛି । ଏଷ୍ଟିଏଫ ଏବଂ ଭଦ୍ରକ ପୋଲିସର ମିଳିତ ଚଢ଼ାଉରେ ରାଜା ଧରାପଡିଛି । ପୋଲିସ ଉକ୍ତ ଚଢାଉରେ ତା ନିକଟରୁ ଏକ ଦେଶୀ ପିସ୍ତଲ, ଗୋଟିଏ ମୋବାଇଲ ଫୋନ, ଏକ ଟିଭିଏସ ଆପାଚି ମୋଟର ସାଇକେଲ ଏବଂ ଏକ ଆଧାର କାର୍ଡ ଜବତ କରିଛି । ସୂଚନା ମୁତାବକ, ରାଜା ଭଦ୍ରକ ପୁରୁଣା ବଜାର ଅଂଚଳରେ ରହୁଥିବାର ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବରପାଇବା ପରେ ଆଜି ଏଷ୍ଟିଫ ଏବଂ ଭଦ୍ରକ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।

ତେବେ ଖବର ପାଇ ରାଜା ଭଦ୍ରକ ରେଳ ଷ୍ଟେସନ ଦେଇ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ ଧରିଥିଲେ । ରାଜା ନାମରେ ଏକାଧିକ ଡକାୟତି ଏବଂ ହତ୍ୟା ଉଦ୍ୟମମାମଲା କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ ଆଦି ଜିଲ୍ଲାରେ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିସହ ଗତ ୨୦୧୩ ମସିହାରେ ଭଦ୍ରକ ଗୁଜିଦରଡ଼ା ଅଞ୍ଚଳରେ ନିଜ ପରିବାରର ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ରହିଥିବା ମଧ୍ୟ ପୋଲିସ କହିଛି । ଏହି ଚଢ଼ାଉରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହିତ ଏଷ୍ଟିଫର ଅତିରିକ୍ତ ଏସପି ତେଜରା ପଟେଲ ଯୋଗ ଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’