Masthead

କିଏ ହେବ ବ୍ରିସବେନର ବାଜିଗର

କିଏ ହେବ ବ୍ରିସବେନର ବାଜିଗର

ନୂଆଦିଲ୍ଲୀ(ବଡ଼ ଖବର): ଶୁକ୍ରବାର ସିଡନରେ କଡା ଟକ୍କର । କିଏ ହାତେଇବ ବର୍ଡର-ଗାଭାସ୍କର ଟ୍ରଫି । କିଏ ହେବ ବ୍ରିସବେନର ବାଜିଗର । ସିଡନରେ ଐତିହାସିକ ମ୍ୟାଚପରେ ଅସନ୍ତାକାଲି ପୁଣିଥରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ସିରିଜର ଚତୁର୍ଥ ତଥା ଅନ୍ତିିମ ମ୍ୟାଚ ଖେଳିବେ ଉଭୟ ଦଳ । ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଏହି ମ୍ୟାଚ ନିର୍ଣ୍ଣାୟକ ହେବ ।

ଶୁକ୍ରବାର ବଡର୍ର-ଗାଭାସ୍କର ଟେଷ୍ଟ ସିରିଜର ୪ର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ । ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡରେ ପୁଣିଥରେ କଙ୍ଗାରୁ ଦଳକୁ ଭେଟିବ ଟିମ ଇଣ୍ଡିଆ । ଭାରତକୁ ଏହି ସିରିଜ ଜିତିବାକୁ ହେଲେ ଏହାର ଇତିହାସ ଳବଦଳେଇବାକୁ ପଡିବ । କାରଣ ଗାଭାରେ ଏପର୍ଯ୍ୟନ୍ତ ଅପ୍ରତୀଦ୍ୱନ୍ଦୀ ଅଷ୍ଟ୍ରେଲିଆ । ବିଗତ ୩୨ ବର୍ଷ ମଧ୍ୟରେ ବିଫଳତାର ବାଟ ଦେଖିନି କଙ୍ଗାରୁ । ଶେଷଥର ପାଇଁ ୧୯୮୮ରେ ଭିଭି ରିଚାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ନିକଟରୁ ହାରିଥିଲା ଅଷ୍ଟେଲିଆ । ଏହାପରଠାରୁ ୩୦ଟି ଟେଷ୍ଟ ଖେଳି ୨୪ଟି ଜିତିଥିବାବେଳେ ୬ଟି ଟେଷ୍ଟ ଡ୍ର ରଖିଛି । ତେବେ ଉଭୟ ଭାରତ-ଅଷ୍ଟ୍ରେଲିଆର ସ୍ଥିତି ୧-୧ରେ ଥିବାବେଳେ ଭାରତର ସ୍ଥିତି ନୈରାଶ୍ୟଚକ ରହିଛି । କାରଣ ଭାରତ ମୋଟ ୬ଟି ଟେଷ୍ଟ ଖେଳିଥିବାବେଳେ ଆଦୌ ବିଜୟ ହୋଇନି । ବରଂ ୫ଟି ମ୍ୟାଚ ହାରିଥିବାବେଳେ ଗୋଟିଏକୁ ଡ୍ର ରଖିପାରିଛି ।

ଅନ୍ୟପକ୍ଷରେ ବିଜୟର ଲକ୍ଷନେଇ ଟିମ ଇଣ୍ଡିଆ ବୁଧବାରଠୁ ଗାବାରେ ପ୍ରାକ୍ଟିସ ଜାରି ରଖିଛି । ରୋହିତ ଶର୍ମା,ଶୁବମାନ ଗିଲ ଓ ରାହାଣେ ଜୋରଦାର ପ୍ରାକ୍ଟିସ ଚଳାଇଛନ୍ତି । ଚାଇନାମ୍ୟାନ କୁଲଦ୍ୱୀପ ଯାଦବ ମଧ୍ୟ ନେଟ ପ୍ରାକ୍ଟିସ ଚଳାଇଛନ୍ତି । ଆଙ୍ଗୁଠି ଭାଙ୍ଗିଥିବା କାରଣରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସେ ଚୂଡାନ୍ତ ଏକାଦଶ ସ୍ଥାନ ପାଇବାର ସମ୍ଭାବନା ରହିଛି । ହେହିପରି ନଟରାଜନ ଓ ଶାର୍ଦ୍ଦୁଳଙ୍କ ମଧ୍ୟରୁ ଜଣେ ଇଞ୍ଜୋଡ ହୋଇ ୪ର୍ଥ ଟେଷ୍ଟରୁ ବାଦ ପଡିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଖେଳିପାରନ୍ତି । ଭାରତର ଅଧ ଡର୍ଜନେରୁ ଊଦ୍ଧ୍ୱର୍ ଖେଳାଳି ଆଘାତ ହୋଇଥିବାରୁ କୋଚ ରବି ଶାସ୍ତ୍ରୀଙ୍କ ସମେତ ଟିମ ଇଣ୍ଡିଆ ପାଇଁ ଏହା ଚିନ୍ତା ବଢାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର