ପୋଲିସ ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବାରିପଦା(ବଡ଼ ଖବର ବ୍ୟୁରୋ): ପୋଲିସ ନିର୍ଯାତନା ସହିନ ପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ପୋଲିସ ପାଖରୁ ନ୍ୟାୟ ନ ପାଇ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ପୋଲିସ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଣେ ଆଦିମ ଜନଜାତି ଯୁବକ ପୋଲିସ ର ଥାର୍ଡ ଡିଗ୍ରୀ ସହି ନ ପାରି ଆତ୍ମହାତ୍ୟା କରିଥିବା ଅଭିଯୋଗ ହୋଇଛି । ଜାନୟାରୀ ୧୭ତାରିଖ ବିଳମ୍ବିତ ରାତିରେ ଶୁଳିଆପଦା ପୋଲିସ ଥାନା ଅଧିକାରୀ ଦଳବଳ ସହ ଧାତିକା ପଞ୍ଚାୟତ ସରଦିହା ଗ୍ରାମର ରଜ ପାଣୀପାତ୍ରଙ୍କୁ ଏକ କେଶ୍ ରେ ପଚାରାଉଚାରା ପାଇଁ ଘରେ ଶୋଇଥିବା ସମୟରେ ମାଡ଼ମାରି ଜୋରଜବରଦସ୍ତ ଉଠାଇ ନେଇଥିଲେ ।

ତିନିଦିନ ଥାନାରେ ମାନସିକ ଶାରିରୀକ ନିର୍ଯାତନା ଦେଇ ଅମାନୁଷିକ ଭବେ ମାଡମାରି ଛାଡ଼ିଦେଇଥିଲେ। ପୋଲିସ୍ ର ଥାର୍ଡ ଡିଗ୍ରୀ ରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ରଜ ପାଣୀପାତ୍ର । ଜାନୁଆରୀ ୨୧ ତାରିଖ ରାତିରେ ଏକ ଗାଡ଼ିର ଶବ୍ଦ ଶୁଣି ପୋଲିସ୍ ଆସୁଛି ମୋତେ ମାରିଦେବ କହି ଏକ ଗାମୁଛ ଧରି ଦୌଡ଼ି ପଳାଇଥିଲେ । ସକାଳୁ ଏକ ଗଛରେ ବେକରେ ଗାମୁଛା ଲଗାଇ ମୃତଦେହ ଝୁଲୁଥିବାର ଲୋକେ ଦେଖିଥିଲେ। ପୋଲିସ୍ ର ନିର୍ଯାତନା ସହିନ ପାରି ଆତ୍ମହତ୍ୟା ହୋଇଛି ବୋଲି ପରିବାର ଲୋକେ କହିବା ସହିତ ମୟୂରଭଞ୍ଜ ଏସପି ଙ୍କୁ ଭେଟି ଅଭିଯୋଗ କରି ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାକୁ ଦାବି କରି ଥିଲେ ମୃତକଙ୍କ ସ୍ତ୍ରୀ।ତେବେ ପୋଲିସ ପକ୍ଷରୁ କୋଣସି ତଦନ୍ତ ନ ହେବାରୁ ମୃତକ ଙ୍କ ପତ୍ନୀ ନ୍ୟାୟ ପାଇଁ କୋର୍ଟ ର ଦ୍ବାରସ୍ଥ ହେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ