Masthead

କାହିଁକି କେଉଟ ଓ ମାଛକଥା କହିଲେ ସୌମ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ)ଗଲା ଚାରି ଦିନ ପରି ସୋମବାର ସକାଳୁ ବି ରାଜନୀତିରେ ରୁଚି ରଖୁଥିବା ସମସ୍ତେ ଚାହିଁ ବସିଥିଲେ ବିଜେଡି ଓ ସୌମ୍ୟ ବିବାଦରେ ଆଜି କିଏ ମୁହଁ ଖୋଲିବେ, କଣ ପ୍ରସଙ୍ଗ ଆସିବ। କିନ୍ତୁ ଲାଗିଲା ଯେମିତି ଲାଗ ଲାଗ ଚାରିଦିନ ସୌମ୍ୟ ଆକ୍ରମଣ କରିବା ପରେ ବିଜେଡି ଆଜି ବ୍ରେକ ନେଇଛି। ଗଲା ଚାରିଦିନ ଧରି ଅରୁଣ, ଅତୁନ, ପ୍ରତାପ ଓ ଅମର ପଟ୍ଟନାୟକଙ୍କ ନିଶାନ ପରେ କିନ୍ତୁ ଆଜି ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କ ପାଇଁ କୌଣସି ଆକ୍ରମଣାତ୍ମକ ବୟାନ ଆସିନାହିଁ। କୁହାଯାଉଛି ବିଜୁ ଜନତା ଦଳର ଶଙ୍ଖ ଭବନରେ ଟ୍ରେନିଂ କ୍ୟାମ୍ପ ଥିବାରୁ ନେତାମାନେ ଆଜି ଦିନରେ ନିଜ ଦଳର ବିଧାୟକଙ୍କୁ ଆକ୍ରମଣ କରିବାକୁ ଉଚିତ୍ ମନେ କରିନାହିଁ।

ଏହା ସହ ଚାରିଦିନ ଧରି ବିଜେଡି ଆଟାକ୍ ଓ ସୌମ୍ୟଙ୍କ କାଉଣ୍ଟର ଆଟାକ୍ ପରେ ଏଥିରେ ସୌମ୍ୟଙ୍କର ନୁହେଁ ବିଜେଡିର ମଧ୍ୟ କ୍ଷତି ହେଉଥିବା ଦଳ ଆଭାସ ପାଇଛି। ବିଜେଡି ବ୍ରେକ ନେବା ପାଇଁ ଚାହିଁଛି। କିନ୍ତୁ ସୌମ୍ୟ ପ୍ରତ୍ୟେକ୍ଷ ନୁହେଁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ପ୍ରତ୍ୟେକ୍ଷ ପାଇଁ ସୁଯୋଗ ନ ପାଇଥିଲେ ସୁଦ୍ଧା ମଞ୍ଚରୁ ଭାଷଣର ମଧ୍ୟରେ କରିଛନ୍ତି ନିଶାନା । ଯେଉଁ ପ୍ରସଙ୍ଗକୁ ନେଇ ବିଜେଡିରେ ବିବାଦୀୟ ହୋଇପଡିଛନ୍ତି। ସେହି ପ୍ରସଙ୍ଗକୁ ବୁଲାଇ ବଙ୍କେଇ ଉଠାଇଛନ୍ତି। ସୌମ୍ୟ ଭାଷଣ ଆଳରେ ମାରିଛନ୍ତି ବାଣ। ଦଳୀୟ ବୈଠକର କାହାକୁ ଟିକେଟ ଦେବା ନା କେଉଟ ହାତରେ ଦେଇଦେବା, କେଉଁ ମାନସିକତା । କେଉଁ କେଉଟ ହେବ? ଚୁଡ଼ା ଭାଜୁଥିବା ନା ମାଛ ଧରୁଥିବା। ସଂଖ୍ୟା ଖେଳରେ ଜୋ ଜିତା ୱହି ସିକନ୍ଦର। କିନ୍ତୁ ଏହାକୁ ସୁସ୍ଥ ଗଣତନ୍ତ୍ର ମାନିପାରିବିନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି