Masthead

ଚର୍ମ ରୋଗରେ ଲୋକେ ନୟାନ୍ତ, ମୁହଁ ଖୋଲୁନି ପ୍ରଶାସନ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଆଲିଶାନ ସିନେମା ହଲ ମାଲିକଙ୍କ ମନମାନି ଘଟଣାରେ ଡାକ୍ତରୀ ଟିମ୍ ରିପୋର୍ଟ ଦେଇ ସାରିଛି। ହେଲେ ନାଳର ମଇଳା ପାଣିରେ ଗାଧୋଇବା ଯୋଗୁଁ ଲୋକଙ୍କୁ ଚର୍ମ ରୋଗ ବ୍ୟାପୁଥିବା ପୋର୍ଟ ଦିଆଯାଇଛି । ଏନେଇ ବେଲପଡା ତହସିଲଦାର ମୁହଁ ଖୋଲି ନଥିବା ବେଳେ ବୁମ ଠେଲି କଥାକୁ ଏଡାଇ ଦେଇଥିଲେ ପାଟଣାଗଡ଼ ଉପଜିଲ୍ଲାପାଳ। ନାଳର ମଇଳା ପାଣିରେ ଗାଧୋଇବା ଯୋଗୁଁ ଲଥାକେନ୍ଦ ଗାଁର ଅଧିକାଂଶ ଲୋକଙ୍କୁ ଚର୍ମରୋଗ ହୋଇଛି। ଏପରିକି ଚେକ୍ ଅପ୍ ହୋଇଥିବା ମୋଟ ୬୦ ଜଣଙ୍କ ମଧ୍ୟରୁ ୫୦ ଜଣ ଚର୍ମରୋଗରେ ଆକ୍ରାନ୍ତ ଥିବା ଡାକ୍ତରୀ ଟିମ୍ ସୂଚନା ବି ଦେଇଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି । ହେଲେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ ଏନେଇ ମୁଁହ ଖୋଲି ନଥିବା ବେଳେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଚର୍ମ ରୋଗ କଥାକୁ ସ୍ୱୀକାର କରିଛନ୍ତି। ତେବେ ଆଲିଶାନ ସିନେମା ହଲର ଆବର୍ଜନା ପାଣି ନାଳରେ ପଡ଼ୁଥିବା କଥା ପଚାରିବାରୁ ବୁମକୁ ଠେଲି ଦେଇଥିଲେ।

ଆଲିଶାନ୍ ସିନେମା ହଲ ମାଲିକ ପ୍ରଶାସନକୁ ବେଖାତିର କରି ସବୁ ଆବର୍ଜନା ପାଣି ସାଳନ୍ଦୀ ନାଳରେ ଛାଡୁଥିବା ଅଭିଯୋଗ ହୋଇଛି। ନାଳରେ ଆଲିଶାନ ସିନେମା ହଲର ମଇଳା ପାଣି ମିଶିବା ଦ୍ଵାରା ଏହା ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ପ୍ରଦୂଷଣ ନିୟମ ମାନିବା ତ ଦୂରର କଥା ହଲ ମାଲିକ ବାୟୋ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ମଧ୍ୟ ଲଗାଇ ନଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବାରୁ ଲଥାକେନ୍ଦ ଗାଁର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ବଲାଙ୍ଗିର ଜିଲ୍ଲା ଲଥାକେନ୍ଦ ନିକଟରେ ନିର୍ମିତ ଆଲିଶାନ ସିନେମା ହଲର ଆବର୍ଜନା ପାଣି ଲୋକଙ୍କ ପାଇଁ କାଳ ସାଜିଛି। ନାଳର ମଇଳା ପାଣିରେ ଗାଧୋଇବା ଲାଗି ଚର୍ମ ରୋଗ ହେଉଥିବା ଡାକ୍ତର ମାନିଥିବା ବେଳେ ଉପଜିଲ୍ଲାପାଳ କିନ୍ତୁ କଥାକୁ ଏଡାଇ ଯାଇଛନ୍ତି। ଆଲିଶାନ କଥା ଶୁଣିବା ମାତ୍ରେ ବୁମ୍ ଠେଲି ଦେବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଆଲିଶାନ ବିରୋଧରେ ପ୍ରଶାସନ କି କାର୍ୟ୍ୟନୁଷ୍ଠାନ ଗ୍ରହଣ କରୁଛି ଲୋକେ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼