Masthead

ଆଦର୍ଶ ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଆଦର୍ଶ ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା । ଠକୁଛନ୍ତି ଠିକାଦାର ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟରେ । ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଦେଖିବାକୁ ମିଳିଛି । କାମଟି ଅଧାରୁ ଅଧିକ ସରିଥିଲେ ମଧ୍ୟ ଏଠି କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ । କୌଣସି ସୂଚନା ଫଳକ ମଧ୍ୟ ନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ଏହା ଅତି ନିମ୍ନମାନର ହୋଇଛି । ସରକାରୀ ଅର୍ଥକୁ ଖୁଲମ୍ ଖୁଲା ଭାବେ ହରିଲୁଟ କରାଯାଉଛି ।

ନୂତନ ନିର୍ମାଣ ପାଚେରି ର ସ୍ଥାୟିତ୍ୱକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ସାତଦିନ ଧରି ପାଚେରି ରେ ପାଣି ଦେବାର ବ୍ୟବସ୍ଥା ଥିବାବେଳେ ଦିନଟିଏ ବି ପାଣି ଦିଆଯାଉ ନାହିଁ। ୨୦୨୧ ଆର୍ଥିକ ବର୍ଷ ରେ ଏହି ଆଦର୍ଶ ବିଦ୍ୟାଳୟ ପରିସରରେ ୫ ଲକ୍ଷ ଟଙ୍କାର ବୃକ୍ଷ ରୋପଣ କରାଇବା ପାଇଁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ମଞ୍ଜୁରୀ କରାଯାଇ ଥିଲେ ମଧ୍ୟ ଗୋଟିଏ ଗଛଟିଏ ବିଦ୍ୟାଳୟ ପରିସରରେ ଲଗାଯାଇନାହିଁ । ଠିକାଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଦ୍ୟାଳୟ ର କତୃପକ୍ଷଙ୍କ ମିଳିତ ରେ ଏହି ଅର୍ଥ ରାଶିକୁ ଲୁଟ କରାଯାଇଛି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଯଦି ଏହି ଘଟଣାର ଉପରିସ୍ଥ ତଦନ୍ତ କରାନଯାଏ ତାହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ