Masthead

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିଜେପି ନେତାଙ୍କ ବଡ ପ୍ରତିକ୍ରିୟା

 

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା ଡକ୍ଟର କେ ସୁଧାକରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ
ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି । ସୁଧାକର କହିଛନ୍ତି ୨୦୧୯ରେ ସିଦ୍ଦରାମାୟା କଂଗ୍ରେସ- ଜେଡିଏସ୍ ସରକାରକୁ ଓହ୍ଲାଇଥିଲେ ।

ସୁଧାକର କଣ ଅଭିଯୋଗ ଅଣିଛନ୍ତି ?

ସୁଧାକର କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ । ସେ ବାସଭାରାଜ ବୋମାଇ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ସେ ଏହି ନିର୍ବାଚନରେ ହାରିଯାଇଛନ୍ତି । ସେ କହିଛନ୍ତି ୨୦୧୮ରେ ଜେଡିଏସ୍ -କଂଗ୍ରେସ ମିଳିତ ସରକାର ସମୟରେ ଯେତେବେଳେ ବିଧାୟକମାନେ ତକôାଳୀନ ସମନ୍ୱୟ କମିଟି ଅଧକ୍ଷ ସିଦ୍ଦରାମୟାଙ୍କ ନିକଟକୁ ତାଙ୍କ ସମସ୍ୟା ନେଇ ଯାଉଥିଲେ ସେ କହୁଥିଲେ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ ।
କିନ୍ତୁ ସିଦ୍ଦରାମେୟା ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବିଧାୟକମାନଙ୍କୁ ଆଶ୍ୱାସନା ଦେଉଥିଲେ । କହୁଥିଲେ ଯେ ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ ମଧ୍ୟ ସେ ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମିଳିତ ସରକାର ଜାରି ହେବାକୁ ଦେବେ ନାହିଁ ।

ପରିଶେଷରେ ଆମ ମଧ୍ୟରୁ କିଛି ଲୋକଙ୍କୁ କଂଗ୍ରେସ ଛାଡି ଉପ ନିର୍ବାଚନରେ ଲୋକଙ୍କ ପାଖକୁ ଯିବାକୁ ପଡିଲା ।

କଂଗ୍ରେସ ବିଧାୟକଙ୍କ ଏହି ପଦକ୍ଷେପ ପରେ ତାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭୂମିକା ନଥିବା ସିଦ୍ଦରାମୟା ଅସ୍ୱୀକାର କରିପାରିବେ କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ