Masthead

ଡ୍ରଗ୍ସ ଲିଙ୍କରେ ଛନ୍ଦି ହେବେ କି ଅନନ୍ୟା ?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଉପରେ ବର୍ତ୍ତମାନ ଏନସିବିର ନଜର । ଅଭିନୟ ଓ ଲାଇଫ ଷ୍ଟାଇଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ ଇଣ୍ଡଷ୍ଟ୍ରି, ବର୍ତ୍ତମାନ ବଦନାମ ହେବାରେ ଲାଗିଛି । କାହିଁକିନା ସୁଶାନ୍ତ ସିଂହ ରାଜପୁତଙ୍କ ପରେ ଏନସିବିର ସ୍ୱତନ୍ତ୍ର ନଜର ବଲିଉଡ ଉପରେ ରହିଛି । କେବଳ ନଜର ନୁହେଁ ବରଂ ଏନେଇ ଅନେକ ପପୁଲାର ଅଭିନେତା ଓ ଅଭିନେତ୍ରୀଙ୍କୁ ଏନସିବି ସମନ ପଠାଇ କାର୍ଯ୍ୟାନୁଷ୍ଠାନ ନେଇଛି । ସେପଟେ ବାରମ୍ବାର ଏହାକୁ ମିଥ୍ୟା ଆରୋପ କହି ଏଡାଇ ଦେଉଛନ୍ତି ବଲିଉଡର ବରିଷ୍ଠ କଳାକାରମାନେ । ହେଲେ ବାରମ୍ବାର ବଲିଉଡରୁ ହିଁ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସୁଛି ।

କିଛି ଦିନ ପୁର୍ବରୁ ମୁମ୍ବାଇ କ୍ରୁଜ ପାର୍ଟିରୁ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଗିରଫ ହୋଇଛନ୍ତି । ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ କରିଛି । ତେବେ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଏହି ଚଢାଉ ହୋଇଥିବାର ସୂଚନା ମିଳିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏନସିବିର ଏହି ଚଢାଉ ଆର୍ୟନ ଖାନ ଡ୍ରଗ୍ସ ମାମଲା ସହ ଜଡ଼ିତ ରହିଛି ବୋଲି ଅନୁମାନ କରାଯାଉଛି । ସେପଟେ ଆର୍ୟନ ଖାନଙ୍କ ହ୍ୱାଟ୍ସଅପ ଚାଟକୁ ଆଧାର କରି ଏନସିବି ଏହି ଚଢାଉ କରିଥିବାର ସୂଚନା ମିଳିଛି । ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଏନସିବି ଆବେଦନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି