Before Header

ଗୁଣି ସନ୍ଦେହରେ ଆକ୍ରମଣ

0 22

ରାୟଗଡା (ବଡ଼ ଖବର ବ୍ୟୁରୋ): ଅନ୍ଧବିଶ୍ୱାସର କୁପରିଣତି । ଗୁଣିଆ ସନ୍ଦେହରେ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ । ଗାଁ ମଝିରେ ବସିଲା କଙ୍ଗାରୁ କୋର୍ଟ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ।ଗାଁରୁ ଚାଲିଯିବାକୁ ଧମକ । ନଗଲେ ଶୋଇଥିବା ଅବସ୍ଥାରେ କିରୋସିନ ପକାଇ ଜୀବନ୍ତ ପୋଡି ମାରିଦେବାକୁ ଚେତାବନୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଜିଞ୍ଜିଲିବାଡି ଗାଁରେ ।

ଫଳରେ ରତିଅଧିଆ ଛୋଟଛୋଟ ୨ଟି ଶିଶୁଙ୍କୁ ଧରି ଗୋଟିଏ ପରିବାରର ୮ଜଣ ଛାଡିଦେଲେ ଗାଁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜିଞ୍ଜିଲିବାଡି ଗାଁରେ । ବତ୍ତର୍ମାନ ଦୁଇଭାଇ ନିଖୋଜ ଥିବାବେଳେ ସମାଧାନ ପାଇଁ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.