Masthead

ଓଡ଼ିଶାରୁ କୋଟିଆକୁ ଅଲଗା କରିଦେବ କି ଆନ୍ଧ୍ର?

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରୁ କୋଟିଆକୁ ଅଲଗା କରିଦେବ କି ଆନ୍ଧ୍ର? ଓଡ଼ିଶା ପ୍ରତିବାଦର ସ୍ୱର କ୍ଷୀଣ ହେଉଥିବାରୁ ଫାଇଦା ଉଠାଇବାକୁ ପଡୋଶୀ ରାଜ୍ୟ ଚଳାଇଛି ଉଦ୍ୟମ ।  ଓଡ଼ିଶା ଓ କୋଟିଆ ମଧ୍ୟରେ ପାଚେରି ତିଆରି କରିବ କି ଆନ୍ଧ୍ର? । ଓଡ଼ିଶାର କୌଣସି ଲୋକେ ଯେପରି କୋଟିଆ ଯାଇପାରିବେ ନାହିଁ ଆନ୍ଧ୍ର ଚଳାଇଛି ଉଦ୍ୟମ । କୋରାପୁଟ ଜିଲ୍ଲାର କୁନ୍ଦୁଲିଠାରୁ ଦେଓମାଳି ରାସ୍ତାରେ ପ୍ରାୟ ୨୨ କିଲୋମିଟର ଗଲେ ପଡେ କୋଟିଆ । କୋଟିଆ ପଞ୍ଚାୟତ ଅଫିସଠାରୁ ୧୪ କିଲୋମିଟର ଗଲେ ଫାଟୁସିନେରି, ଫଗୁଣସିନେରି, ଗଞ୍ଜେଇପଦର, ସଲପକୁଡ଼ା, କୋଣାଦୋରା ପ୍ରଭୃତି ଗାଁ ରହିଛି । ଏହା ଓଡ଼ିଶାର । କୋଟିଆ ପଞ୍ଚାୟତର । ମାତ୍ର ଓଡ଼ିଶା ଲୋକେ ଯେପରି କୋଟିଆରେ ପଶି ପାରିବେ ନାହିଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ମାଟି ପକାଇ ରାସ୍ତା ଅବରୋଧ କରାଯାଇଛି । ମାର୍କାରପୋଲ ନିକଟରେ ମାଟି ପକାଇ ରାସ୍ତା ଅବରୋଧ କରାଯାଇଛି । ଫାଟୁସିନେରି ପରେ ଆନ୍ଧ୍ର ସୀମା ଆରମ୍ଭ । କିନ୍ତୁ ଓଡ଼ିଶା ସୀମାରେ ମାଟି ପକାଇ ରାସ୍ତା ଅବରୋଧ କରାଯାଇଥିବା ବେଳେ ଆନ୍ଧ୍ର ସୀମା ମୁକୁଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ