Masthead

ଦେଖା ହେବ ଆର ଜନମରେ…

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦେଖା ହେବ ଆର ଜନମରେ । ଅଧା ରହିଗଲା ନବୀନ-ନନ୍ଦେଙ୍କ ପ୍ରେମ କାହାଣୀ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ସାତ ଜନମକୁ ସାଥୀ ହୋଇ ରହିବାକୁ କଥା ବି ଦେଇଥିଲେ । ଜଣେ ଜଣଙ୍କୁ ଛାଡି ରହିବାତ ଦୂରର କଥା ଦଣ୍ଡେ ନଦେଖିଲେ ସେମାନଙ୍କ ପାଇଁ ବଂଚିବା ମୁସ୍କିଲ ଥିଲା । ସବୁ କିଛି ଠିକଠାକ ଥିଲା । ହଠାତ ଦୁହିଁଙ୍କ ଜୀବନରେ ମାଡି ଆସିଲା କଳା ଅନ୍ଧକାର । ଜୀବନରେ ଝଡ଼ ହୋଇ ଠିଆହେଲେ ଉଭୟଙ୍କ ପରିବାର । ଆଉ ଦୁହିଁଙ୍କୁ ଅଲଗା କରିବାକୁ କରାଗଲା ଚେଷ୍ଟା । ଆଉ ଝିଅର ବାହାଘର ବି ଠିକ୍ କରିଦେଲେ ପରିବାର ଲୋକେ । ଯାହା ଚାହୁଁ ନଥିଲେ ଉଭୟ ନବୀନ ଆଉ ନନ୍ଦେ । ପ୍ରେମ ପାଇଁ ନେଇଗଲେ ଚରମ ନିଷ୍ପତ୍ତି । ବଂଚିବା ସାଥୀ ହୋଇ ମରିବା ବି ସାଥୀ ହୋଇ । ଘରୁ ଲୁଚି ପଳାଇଲେ ଦୁହେଁ । ଶେଷରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ । ସାଥୀ ହୋଇ ବଂଚିପାରିଲେନି ସତ ହେଲେ ପ୍ରେମ ପାଇଁ ସାଥୀ ହୋଇ ଚାଲିଗଲେ ଆରପାରିକୁ ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତମସା ଗାଁ ନିକଟ ଜଙ୍ଗଲରେ । ମୃତ ପ୍ରେମୀଯୁଗଳ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ । ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କ ଏଥିରେ ସମ୍ମତି ନଥିଲା । ନନ୍ଦେଙ୍କ ପରିବାର ଲୋକେ ଅନ୍ୟତ୍ର ତାଙ୍କ ବିବାହ ସ୍ଥିର କରି ଦେଇଥିଲେ। ବୁଧବାର ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଦୁହେଁ ଦୁହିଁଙ୍କୁ ଛାଡି ଅଲଗା ହୋଇ ରହିବାକୁ ଚାହୁଁ ନଥିଲେ । ଶେଷରେ ଘର ଛାଡି ଯିବାକୁ ନିଷ୍ପତ୍ତି ମଧ୍ୟ ନେଇ ଗଲେ ।

ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ଜଙ୍ଗଲର ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପହଞ୍ଚି ଉଭୟଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ଅନୁସନ୍ଧାନରୁ ପ୍ରାୟ ୨,୩ ଦିନ ହେବ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ପୁଲିସ୍‌ ଅନୁମାନ କରୁଛି। ଦୁହେଁ ଆତ୍ମହତ୍ୟା କରି ଅପରାଧ କରିଛନ୍ତି । ହେଲେ ଏହି ଅପରାଧର ଦଣ୍ଡ କଣ । ପରିବାର ଲୋକବି ଅନୁତାପ କରୁଥିବେ ନିଶ୍ଚୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ