ନନ୍ସେନ୍ସ ଅଧ୍ୟାଦେଶ ରାହୁଲଙ୍କୁ ଦେଇଥାନ୍ତା ଆସ୍ୱସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ରାୟ ରହୁଲ ଗାନ୍ଧିଙ୍କ ପାଇଁ ଲାଗୁହେଲା । ୧୦ବର୍ଷ ତଳେ ତାଙ୍କ ଦଳ ଅଣିଥିବା ଅଧ୍ୟାଦେଶକୁ ନନସେନ୍ସ ଅଧ୍ୟାଦେଶ କହି ଚିରିଦେଇଥିବା ରାହୁଲଙ୍କୁ ସାଂସଦ ପଦ ହରାଇବାକୁ ପଡିଛି । ୨୦୧୩ରେ ଲିଲି ଥୋମାସ ବନାମ କେନ୍ଦ୍ର ସରକାର ମାମଲାର ବିଚାର କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ସାଂସଦ କିମ୍ବା ବିଧାୟକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ଜେଲଦଣ୍ଡରେ ଦଣ୍ଡିତ ହେଲେ ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ ହେବ ।

ତକ୍ରାଳୀନ ୟୁପିଏ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ୨୦୧୩ ସେପ୍ଟେମ୍ବର ୨୮ରେ ଏକ ଅଧ୍ୟାଦେଶ ଆଣିଥିଲେ । ଏହି ଅଧ୍ୟାଦେଶ ବଳରେ କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ୨ବର୍ଷ ଓ ତା’ଠାରୁ ଅଧିକ ଦିନ ଜେଲ ଆଦେଶ ମିଳିଲେ ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ ହେବ ନାହିଁ । ସଦସ୍ୟ ପଦ ୩ ମାସ କାଏମ ରହିବ । କେନ୍ଦ୍ର ସରକାରରେ ସଦସ୍ୟ ନଥିବା ରାହୁଲ ଏହି ଅଧ୍ୟାଦେଶକୁ ନାପସନ୍ଦ କରିଥିଲେ । ଏହି ଅଧ୍ୟାଦେଶ ଦାଗୀ ଲୋକପ୍ରତିନିଧିମାନଙ୍କୁ ସୁହାଇବ ବୋଲି କହି ଚିରି ଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ବଳରେ ସୁରତ କୋର୍ଟ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ରହୁଲଙ୍କ ସାଂସଦ ପଦ ଚାଲିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ