Masthead

ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ସରଗରମ ହେଉଛି ରାଜନୀତି । ନିର୍ବାଚନକୁ ସବୁଠି ତାତି । ଶୁଣିବାକୁ ମିଳୁଛି ପୁରୀରୁ ନିର୍ବାଚନ ଲଢିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର ଦେଇଛନ୍ତି ପ୍ରସ୍ତାବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରି ରାଜ୍ୟ ସରକାର ପ୍ରଶଂସା ସାଉଁଟୁଥିବାରୁ ପୁରୀ ବିଜେଡି ସଂଗଠନ ଏଭଳି ପ୍ରସ୍ତାବ ଦେଇଥାଇ ପାରେ । ଅନ୍ୟ ପକ୍ଷରେ ଚର୍ଚ୍ଚା ହେଉଛି, ପୁରୀ ବିଜେଡିରେ ଗୋଷ୍ଠୀ କନ୍ଦଳ ସୀମା ଟପି ଯାଇଛି । ୨୦୧୯ରେ ପୁରୀ ସଦରରେ ବିଜେଡିର ପରାଜୟ ହୋଇଥିଲା ।

ସେଥିପାଇଁ ବୋଧେ ୨୦୨୪ରେ ବିଜେଡି ସୁପ୍ରିମୋଙ୍କୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେଣେ ବିଜେପି ବିଧାୟକ ଜୟନ୍ତ ଷଢଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିରର ଚାରିଦ୍ୱାର ଫିଟାଯାଉନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ରତ୍ନଭଣ୍ଡାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବିଜେପି ଏହାର ଫାଇଦା ନେବ ବୋଲି ଆଲୋଚନା ହେଉଛି । ସେପଟେ ଏହା ଯଦି ସତ ହୁଏ ତେବେ ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦି ।

ଯାହା ଭାରତ ଇତିହାସରେ ଏହା ରୋଚକ ନିର୍ବାଚନ ହେବ । କାରଣ ଦୁଇ ନେତା ବେଶ ଲୋକପ୍ରିୟ । ଯଦି ନରେନ୍ଦ୍ର ମୋଦିଙ୍କ କଥା କହିବା ମୋଦି ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଉ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ବାରଣାସୀରୁ ଦୁଇଥର ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ନବୀନ ପଟ୍ଟନାୟକ ୨୩ ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା