Masthead

ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ସରଗରମ ହେଉଛି ରାଜନୀତି । ନିର୍ବାଚନକୁ ସବୁଠି ତାତି । ଶୁଣିବାକୁ ମିଳୁଛି ପୁରୀରୁ ନିର୍ବାଚନ ଲଢିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର ଦେଇଛନ୍ତି ପ୍ରସ୍ତାବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରି ରାଜ୍ୟ ସରକାର ପ୍ରଶଂସା ସାଉଁଟୁଥିବାରୁ ପୁରୀ ବିଜେଡି ସଂଗଠନ ଏଭଳି ପ୍ରସ୍ତାବ ଦେଇଥାଇ ପାରେ । ଅନ୍ୟ ପକ୍ଷରେ ଚର୍ଚ୍ଚା ହେଉଛି, ପୁରୀ ବିଜେଡିରେ ଗୋଷ୍ଠୀ କନ୍ଦଳ ସୀମା ଟପି ଯାଇଛି । ୨୦୧୯ରେ ପୁରୀ ସଦରରେ ବିଜେଡିର ପରାଜୟ ହୋଇଥିଲା ।

ସେଥିପାଇଁ ବୋଧେ ୨୦୨୪ରେ ବିଜେଡି ସୁପ୍ରିମୋଙ୍କୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେଣେ ବିଜେପି ବିଧାୟକ ଜୟନ୍ତ ଷଢଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିରର ଚାରିଦ୍ୱାର ଫିଟାଯାଉନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ରତ୍ନଭଣ୍ଡାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବିଜେପି ଏହାର ଫାଇଦା ନେବ ବୋଲି ଆଲୋଚନା ହେଉଛି । ସେପଟେ ଏହା ଯଦି ସତ ହୁଏ ତେବେ ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦି ।

ଯାହା ଭାରତ ଇତିହାସରେ ଏହା ରୋଚକ ନିର୍ବାଚନ ହେବ । କାରଣ ଦୁଇ ନେତା ବେଶ ଲୋକପ୍ରିୟ । ଯଦି ନରେନ୍ଦ୍ର ମୋଦିଙ୍କ କଥା କହିବା ମୋଦି ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଉ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ବାରଣାସୀରୁ ଦୁଇଥର ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ନବୀନ ପଟ୍ଟନାୟକ ୨୩ ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି