Masthead

ବଢୁଛି ଭୂପିନ୍ଦରଙ୍କ ବିରୋଧରେ ସ୍ୱର

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ନିର୍ବାଚନ । ୨୪ ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ ମଧ୍ୟ ରୋଚକ ହେବାରେ ଲାଗିଛି । ଗୋଟିଏ ପଟେ ହେଭିୱେଟ ନେତାମାନେ କର୍ମୀଙ୍କୁ ମନେଇବାକୁ ପ୍ରୟାସ କଲେଣି । ଅନ୍ୟପଟେ ନୂଆ ନୂଆ ଆଶାୟୀ ନେତାମାନେ ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି । ଏମିତିରେ କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀରେ ପୁରୁଣା ନେତା ଓ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଦ୍ୱାରା ଦଳରୁ କୋଣଠେସା ଅନୁଭବ କରୁଥିବା କିଛି ଅସନ୍ତୁଷ୍ଟ ନେତା କିଛିଦିନ ତଳେ ନର୍ଲା ନିର୍ବାଚନ ମଣ୍ଡଳୀର ଜୋରାଡୋବ୍ରାସ୍ଥିତ ମଧୁବନରେ ଏକ ମେଳି କରିଥିଲେ । ତେବେ ଏହି ଭୋଜିଭାତରେ ଶାରଦା ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱ କରିଥିଲେ । ଖାଲି ଭୋଜିଭାତ ହୋଇଥିଲା ତାହା ନୁହେଁ । ଭୋଜିଭାତର ଅସର ମଧ୍ୟରେ ଆଗକୁ ନର୍ଲାରେ କେମିତି ବିଜେଡି ଶକ୍ତିଶାଳୀ ହେବ ଓ ନୂଆ ମୁହଁ ନେତୃତ୍ୱ ନେବେ ସେ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କେତେକେ କର୍ମୀ ଏବେର ବିଧାୟକ ଭୂପିନ୍ଦର ସିଂଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା