ବଢୁଛି ଭୂପିନ୍ଦରଙ୍କ ବିରୋଧରେ ସ୍ୱର

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ନିର୍ବାଚନ । ୨୪ ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ ମଧ୍ୟ ରୋଚକ ହେବାରେ ଲାଗିଛି । ଗୋଟିଏ ପଟେ ହେଭିୱେଟ ନେତାମାନେ କର୍ମୀଙ୍କୁ ମନେଇବାକୁ ପ୍ରୟାସ କଲେଣି । ଅନ୍ୟପଟେ ନୂଆ ନୂଆ ଆଶାୟୀ ନେତାମାନେ ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି । ଏମିତିରେ କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀରେ ପୁରୁଣା ନେତା ଓ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଦ୍ୱାରା ଦଳରୁ କୋଣଠେସା ଅନୁଭବ କରୁଥିବା କିଛି ଅସନ୍ତୁଷ୍ଟ ନେତା କିଛିଦିନ ତଳେ ନର୍ଲା ନିର୍ବାଚନ ମଣ୍ଡଳୀର ଜୋରାଡୋବ୍ରାସ୍ଥିତ ମଧୁବନରେ ଏକ ମେଳି କରିଥିଲେ । ତେବେ ଏହି ଭୋଜିଭାତରେ ଶାରଦା ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱ କରିଥିଲେ । ଖାଲି ଭୋଜିଭାତ ହୋଇଥିଲା ତାହା ନୁହେଁ । ଭୋଜିଭାତର ଅସର ମଧ୍ୟରେ ଆଗକୁ ନର୍ଲାରେ କେମିତି ବିଜେଡି ଶକ୍ତିଶାଳୀ ହେବ ଓ ନୂଆ ମୁହଁ ନେତୃତ୍ୱ ନେବେ ସେ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କେତେକେ କର୍ମୀ ଏବେର ବିଧାୟକ ଭୂପିନ୍ଦର ସିଂଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ