Masthead

ବାହାହେବେ ନା ମତଦାନ କରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୋମବାର ନିର୍ବାଚନ କମିଶନର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୩ ତାରିଖରେ ୨୦୦ ଆସନ ପାଇଁ ମତଦାନ ହେବ । ଏହି ତାରିଖ ଘୋଷଣା ପରେ ମତଦାନ ହ୍ରାସ ପାଇବାକୁ ନେଇ ଚିନ୍ତା ବଢିଛି । ଏହା ପ୍ରତିଟି ରାଜନୈତିକ ଦଳର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ସେହିଦିନ ହେଉଛି ଦେବ ଉତ୍ଥାପନ ଏକାଦଶୀ । ଜୁନ ୨୮ ତାରିଖରେ ରଥଯାତ୍ରା ପରେ ବିଷ୍ଣୁ ଶୟନରେ ଯାଇଥିଲେ । ଏହାକୁ ବିଷ୍ଣୁ ଶୟନ ଏକାଦଶୀ ତଥା ହରିଶୟନ ଏକାଦଶୀ କୁହାଯାଏ ।

ଦୁଇମାସ ପରେ ପାଶ୍ୱର୍ ବରିବର୍ତ୍ତନ କରିଥିଲେ ମହାପ୍ରଭୁ । ଏହି ଶୟନ ଅବଧି ଚାରିମାସରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ୨୩ ତାରିଖରେ ଦେବ ଉତ୍ଥାପନ ଏକାଦଶୀରେ ବିଷ୍ଣୁଙ୍କ ନିଦ ଭାଙ୍ଗୁତବବାରୁ ଏହିଦିନ ଏକ ଶୁଭ ମୁହୂର୍ତ୍ତ ଅଟେ । ହାରାହାରି ଚାରିମାସ ପରେ ବାହାଘରର ଶୁଭ ମୁହୁର୍ତ୍ତ ଖୋଲିବ । ତେଣୁ ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ ଏହିଦିନ ରାଜସ୍ଥାନରେ ୫୦ ହଜାରରୁ ଅଦବକ ବାହାଘର ହେବାର ସମ୍ଭାବନା ରହିଛି । ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଏହିଦିନ ରାଜ୍ୟରେ ଖାଟୁ ଶ୍ୟାମଜୀଙ୍କ ମେଳା ପଡୁଥିବାରୁ ଲକ୍ଷାଧିକ ଲୋକ ଏଥିରେ ସାମିଲ ହେବାର ସମ୍ଭାବାନା ରହିଛି ।

ତେଣୁ ବିବାହ ଓ ମେଳା ଦୃଷ୍ଟିରୁ ନିର୍ବାଚନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ୭୪.୭୧% ମତଦାନ ହୋଇଥିବାବେଳେ ଏବେ ମତଦାନ ପ୍ରତିଶତକୁ ବଢାଇବା ପାଇଁ ପ୍ରଶାସନ ଓ ନିର୍ବାଚନ କମିଶନ ଉଦ୍ୟମ କରୁଥିବାବେଳେ ଏହି ବାହାଘର ତିଥି ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ଦଳ ଆଶଙ୍କା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ