ଟ୍ରେନ୍ ରହଣୀ ଦାବି

ଲଇକେରା (ବଡ଼ ଖବର ବ୍ୟୁରୋ): କିର୍ମିରା ବ୍ଲକ ବାଗଡିହି ରେଳଷ୍ଟେସନରେ ରାଉଲକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ରହଣି ଦାବି ଉଠିଛି । ଏନେଇ ଏକ ଦାବିପତ୍ର ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରାଯାଇଛି । କୋରୋନା ପ୍ରଭାବ ଯୋଗୁ ଗତ ୮ ମାସ ହେଲା ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ କେତେକ ସ୍ପେଶାଲ ଟ୍ରେନ ପୁନଃ ପ୍ରଚଳିତ ହୋଇଛି । ଏଥିମଧ୍ୟରୁ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଅନ୍ୟତମ । ବାଗଡିହିକୁ କୌଣସି ବସ୍ ସୁବିଧା ନଥିବାରୁ ସହର ପର୍ୟ୍ୟନ୍ତ ଯିବାକୁ ହେଲେ ବାଗଡିହି ରେଳଷ୍ଟେସନ ହିଁ ଏକମାତ୍ର ଭରସା। ଏହି ଷ୍ଟେସନ ଉପରେ କିର୍ମିରା, ଲଇକେରା ବ୍ଲକ ଏବଂ ପଡୋଶୀ ସୁନ୍ଦରଗଡ଼ ଜିଲ୍ଲାର ସୀମାବର୍ତୀ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି । ଏଠାରେ ଏହି ଟ୍ରେନର ରହଣୀ କରାଗଲେ ଏହି ଅଞ୍ଚଳର ଜନସାଧାରଣଙ୍କୁ ବହୁ ସୁବିଧା ମିଳିପାରିବ ବୋଲି କୁହାଯାଉଛି । ନୱଲ ଅଗ୍ରୱାଲଙ୍କ ନେତୃତ୍ୱରେ ବିଜୟ ଶର୍ମା, ତେଜରାଜ ସାହୁ, ଲକ୍ଷ୍ମୀ ନାରାୟଣ ପଟେଲ, ସ୍ଵପ୍ନାମୟୀ ପଟେଲ, ନଟୱର ଅଗ୍ରୱାଲ, ସମିତି ସଭ୍ୟ ଏବଂ ଜନସାଧାରଣଙ୍କ ସ୍ଵାକ୍ଷରିତ ଦାବିପତ୍ର ବାଗଡିହି ଷ୍ଟେସନରେ ଷ୍ଟେସନ ମାଷ୍ଟରଙ୍କୁ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!