Masthead

ଟ୍ରେନ୍ ରହଣୀ ଦାବି

ଲଇକେରା (ବଡ଼ ଖବର ବ୍ୟୁରୋ): କିର୍ମିରା ବ୍ଲକ ବାଗଡିହି ରେଳଷ୍ଟେସନରେ ରାଉଲକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ରହଣି ଦାବି ଉଠିଛି । ଏନେଇ ଏକ ଦାବିପତ୍ର ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରାଯାଇଛି । କୋରୋନା ପ୍ରଭାବ ଯୋଗୁ ଗତ ୮ ମାସ ହେଲା ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ କେତେକ ସ୍ପେଶାଲ ଟ୍ରେନ ପୁନଃ ପ୍ରଚଳିତ ହୋଇଛି । ଏଥିମଧ୍ୟରୁ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଅନ୍ୟତମ । ବାଗଡିହିକୁ କୌଣସି ବସ୍ ସୁବିଧା ନଥିବାରୁ ସହର ପର୍ୟ୍ୟନ୍ତ ଯିବାକୁ ହେଲେ ବାଗଡିହି ରେଳଷ୍ଟେସନ ହିଁ ଏକମାତ୍ର ଭରସା। ଏହି ଷ୍ଟେସନ ଉପରେ କିର୍ମିରା, ଲଇକେରା ବ୍ଲକ ଏବଂ ପଡୋଶୀ ସୁନ୍ଦରଗଡ଼ ଜିଲ୍ଲାର ସୀମାବର୍ତୀ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି । ଏଠାରେ ଏହି ଟ୍ରେନର ରହଣୀ କରାଗଲେ ଏହି ଅଞ୍ଚଳର ଜନସାଧାରଣଙ୍କୁ ବହୁ ସୁବିଧା ମିଳିପାରିବ ବୋଲି କୁହାଯାଉଛି । ନୱଲ ଅଗ୍ରୱାଲଙ୍କ ନେତୃତ୍ୱରେ ବିଜୟ ଶର୍ମା, ତେଜରାଜ ସାହୁ, ଲକ୍ଷ୍ମୀ ନାରାୟଣ ପଟେଲ, ସ୍ଵପ୍ନାମୟୀ ପଟେଲ, ନଟୱର ଅଗ୍ରୱାଲ, ସମିତି ସଭ୍ୟ ଏବଂ ଜନସାଧାରଣଙ୍କ ସ୍ଵାକ୍ଷରିତ ଦାବିପତ୍ର ବାଗଡିହି ଷ୍ଟେସନରେ ଷ୍ଟେସନ ମାଷ୍ଟରଙ୍କୁ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା