ମମିତା ମେହେର ହତ୍ୟା ଘଟଣାରେ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେଡିର ପ୍ରେସମିଟ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ବିଜେପି ରାଜନୀତିର ରୂପରେଖ ଦେଉଛି ବୋଲି ଅଭିଯୋଗ କରିଛି ବିଜେଡି । ଏହାଛଡ଼ା ବିଜେଡି ପକ୍ଷରୁ ଏହାମଧ୍ୟ କୁହାଯାଇଛି ଯେ, ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ ।

ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । କାହା ଫେସ ମିଡିଆରେ କିଏ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଗତକାଲି ସେମାନେ ଥାନାରେ ଠେଲାପେଲା ହେଉଥିଲେ । ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହାର ପ୍ରମାଣ ନାହିଁ । ତେବେ ଖାଲି ଟ୍ୱିଟ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି ।

ଅଭିଯୁକ୍ତ ଧରା ପଡ଼ିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ବୋଲି କହିଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ