Masthead

ନାକେଦମ କରିବ ଜାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଗକୁ ଆହୁରି ଦୁଇ ଦିନ ନାକେଦମ କରିବ ଜାଡ଼ । ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବ । ଅସମ୍ଭାଳ ଶୀତ ଦେହ, ହାତ ଥରାଇ ଦେବ । ଖାଲି ଶୀତ ନୁହେଁ, କିଛି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ଏହା ଦୃଶ୍ୟମାନ ଦୂରତା କମାଇ ଦେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା । ବୁଧବାର ୨୦ଟି ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଥିଲା । ୬ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଝାରସୁଗୁଡ଼ାରେ ଥଣ୍ଡା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ନଭେମ୍ବରରେ ରେକର୍ଡ ହୋଇଥିବା ସବୁଠାରୁ କମ୍‌ ତାପମାତ୍ରା ।୧୯୭୦ ନଭେମ୍ବର ୩୦ ତାରିଖରେ ୮.୪ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିବର୍ଷ ନଭେମ୍ବର ମାସରେ ୪ ଥର ସବୁଠୁ କମ୍‌ ଥଣ୍ଡା ଅନୁଭୂତ ହୋଇଥିଲା । ବୁଧବାର ରାତିରେ ଏହି ରେକର୍ଡ ଭାଙ୍ଗିଛି । ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୨ ଡିଗ୍ରୀରୁ ଅଧିକ କମିଛି । ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୭.୪ ଡିଗ୍ରୀ ରେକର୍ଡ ହୋଇଛି । ଜି ଉଦୟଗିରି ପରେ ରାଉରକେଲା ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିଲା । ଏଠାରେ ପାରଦ ୭.୭ ଡିଗ୍ରୀ ଥିଲା । ସେମିଳିଗୁଡ଼ାରେ ୮.୬ଡିଗ୍ରୀ, କିରେଇରେ ୯.୩, ଦାରିଙ୍ଗିବାଡ଼ିରେ ୯.୫, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୩, ଫୁଲବାଣୀରେ ୧୦.୫, ସୁନ୍ଦରଗଡ଼ରେ ୧୦.୬, ଢେଙ୍କାନାଳରେ ୧୧.୬, ସମ୍ବଲପୁର ଓ ଭବାନୀପାଟଣାରେ ୧୩, କଟକରେ ୧୩.୪, ଭୁବନେଶ୍ୱରରେ ୧୩.୫, ବଲାଙ୍ଗିର, ରାୟଗଡ଼ା, ନବରଙ୍ଗପୁର ଓ ସୋନପୁରରେ ୧୪, କୋରାପୁଟରେ ୧୪.୪, ନୟାଗଡ଼ରେ ୧୪.୬, ବାଲେଶ୍ୱରରେ ୧୪.୮ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ସ୍ୱାଭାବିକଠାରୁ ୪.୭ ଓ କଟକ ଓ ସୁନ୍ଦରଗଡ଼ରେ ୨.୪ ଡିଗ୍ରୀ କମ୍‌ ରହିଛି ।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତ ୪ ଦିନରେ ୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ୧୫ ଡିଗ୍ରୀ ତାପମାତ୍ରାରୁ ଶୁକ୍ରବାର ସକାଳ ସୁଦ୍ଧା ୮. ୫ ଡିଗ୍ରୀରେ ପହଞ୍ଚିଛି। ଲଘୁଚାପର ପ୍ରଭାବ ରହିଥିଲେ ମଧ୍ୟ ଏବେ ଦିନରେ ପାଗ ଶୁଖିଲା ରହିଛି। ଗତ ୨ ଦିନ ହେଲା କୁହୁଡ଼ିର ପ୍ରଭାବ ମଧ୍ୟ କମିଛି। ଦିନରେ ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟ ସକାଳ ୮ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତି ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଭିଡ଼ ଜମାଉଛନ୍ତି। ସ୍ଥାନୀୟ ଲୋକ ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ହିଁ ଭରସା ବୋଲି ଲୋକମାନେ କୁହନ୍ତି। କାମଧନ୍ଦା ପାଇଁ ଘରୁ ୧୦ଟା ପରେ ହିଁ ଯିବାକୁ ହେଉଛି ବୋଲି ଶ୍ରମିକମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ