Masthead

ଶିଶୁଙ୍କ ଉପରେ ଟିକା ଟ୍ରାଏଲ ଆରମ୍ଭ କଲା ପାଟନା ଏମ୍ସ

ପାଟନା(ବଡ଼ ଖବର ବ୍ୟୁରୋ): ଶିଶୁମାନଙ୍କ ଉପରେ କୋଭିଡ ଭ୍ୟାକ୍ସିନ ଟ୍ରାଏଲ ଆରମ୍ଭ କରିଛି ପାଟନା ଏମ୍ସ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ-୧୯ କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ । ପିଲାମାନଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା କରିବା ପାଇଁ ମେ ୧୧ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲା । ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଭି.କେ ପାଲ, ନୀତି ଆୟୋଗ କହିଥିଲେ ଯେ, ୨ବର୍ଷରୁ ୧୮ବର୍ଷ ବୟସର ସମସ୍ତଙ୍କୁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆ ଦ୍ବାରା ଅନୁମୋଦିତ ହୋଇଛି । କୋରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଡ୍ରାଇଭ ଆରମ୍ଭ ହୋଇଛି ।

ପର୍ୟ୍ୟାୟ କ୍ରମରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଏହା ପରେ ଫେବୃଆରୀ ୨ରୁ ଆଗଧାଡି କର୍ମୀ ଓ ମାର୍ଚ୍ଚ ୧ରେ ଦେଶର ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ଏହା ପରେ ଏପ୍ରିଲ ୧ରୁ ସମସ୍ତ ବର୍ଗର ଲୋକଙ୍କୁ ଆରମ୍ଭ ହୋଇଛି ଟିକାକରଣ । ମେ ୧ରୁ ତୃତୀୟ ପର୍ୟ୍ୟାୟ ଟୀକାକରଣରେ ୧୮ ରୁ ୪୪ ବର୍ଷୀୟ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଭାରତରେ ତିନୋଟି କୋଭିଡ ଟିକା ରହିଛି । ଭାରତ ବାୟୋଟେକର କୋଭାକ୍ସିନ, ସେରମର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ-ଭି । ତେବେ କୋଭାକ୍ସିନ ଓ କୋଭିସିଲ୍ଡ ଭାରତରେ ନିର୍ମିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା