Masthead

ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ। ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନଙ୍କୁ ଏକ ଦୋକାନ ଘରେ ପୁରାଇ ନିର୍ଯାତନା ଦିଆଯାଇଛି। ଖବର ପାଇ ଚନ୍ଦନେଶ୍ବର ଫାଣ୍ଡି ଓ ଭୋଗରାଇ ଥାନାର ପୁଲିସ ପହଂଞ୍ଚି ତାଙ୍କୁ ଦୋକାନ ଘରୁ ଉଦ୍ଧାର କରିଛନ୍ତି।

ତେବେ ଘଟଣା ସମ୍ପର୍କରେ ସବିଶେଷ ଜଣା ପଡି ନଥିଲେ ମଧ୍ୟ ଗାଁଲୋକେ ଛାଡି ପଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ଗାଁ ମଧ୍ୟ ଦେଇ ରାତି ପ୍ରାୟ ୧୦ଟାରେ ସାମୁଦ୍ରିକ ଥାନା ଅଧିକାରିଣୀ ସଦଳବଳେ ରାତ୍ରି ପେଟ୍ରୋଲିଂରେ ବାହାରି ଥିଲେ। ଉଦୟପୁର ଗାଁର ଜନୈକ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ଘରେ ପୁରାଇ ଦେଇ ଥିଲେ।

ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାରି ଲହୁ ଲୁହାଣ କରିଦେଇ ଥିଲେ। ନିରୁପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକ ଠାରୁ ବିଭାଗ ପର୍ଯ୍ୟନ୍ତ ସହାୟତା ପାଇଁ ନିବେଦନ କରିଥିଲେ। ତେବେ ପୁଲିସ ପହଂଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା