Masthead

ତିଳେ ତିଳେ କରି ମରିବା ଠାରୁ ଏକା ସଙ୍ଗେ ମରିବା ଭଲ: ବଣିକ ସଂଘ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ସାମୂହିକ ଆତ୍ମହୁତିର ଧମକ ଦେଲେ ହରିଶଙ୍କର ବଣିକ ସଂଘ । ଦୀର୍ଘ ୧୦୦ ବର୍ଷ ଧରି ହରିଶଙ୍କର ଠାରେ ଛୋଟ ଛୋଟ ଦୋକାନ କରି ନିଜ ନିଜ ପରିବାର ପ୍ରତିପୋଷଣ କରି ଆସୁଥିବା ପ୍ରାୟ ୮୦ ଟି ପରିବାରକୁ ବର୍ତମାନ ସେଠାରୁ ତଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ତାକୁ ବିରୋଧ କରି ସମସ୍ତ ୮୦ଟି ପରିବାର ସାମୂହିକ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି । ସୂଚନା ଅନୁସାରେ ହରିଶଙ୍କରର ଉନ୍ନତି ପାଇଁ ସରକାର ୧୨୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ତାର କାମ ମଧ୍ୟ ଆରମ୍ଭ ହେଲାଣି । ଏଥିପାଇଁ ହରିଶଙ୍କରର ସମସ୍ତ ୮୦ଟି ପରିବାର କୁ ଉଚ୍ଛେଦ ପାଇଁ ସରକାରଙ୍କ ତରଫରୁ ନୋଟିସ ଦିଆଯାଇଛି ।

ଏହାକୁ ବିରୋଧ କରି ହରିଶଙ୍କର ବଣିକ ସଂଘ ପ୍ରଥମେ ସେମାନଙ୍କୁ ଥଇଥାନ କରି ଉଚ୍ଛେଦ କରାଯାଉ ବୋଲି ଅନେକ ଥର ଧାରଣା ଦେଇଛନ୍ତି । ପାଟଣାଗଡ଼ ଉପଜିଲ୍ଲାପାଳ ସେମାନଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ଗତ ୧୮ ତାରିଖ ଦିନ ଆର.ଡି.ସି. ସମ୍ବଲପୁର ଙ୍କ ଗସ୍ତ ପରେ ଆଜି ସକାଳୁ ହଠାତ ସମସ୍ତଙ୍କୁ ହରିଶଙ୍କର ଖାଲି କରିବା ପାଇଁ ନୋଟିସ ଦିଆଯାଇଛି । ଏହାକୁ ବିରୋଧ କରି ହରିଶଙ୍କର ବଣିକ ସଂଘ ପ୍ରଥମେ ସେମାନଙ୍କୁ ଥଇଥାନ କରାଯାଉ ଏବଂ ପରେ ଉଚ୍ଛେଦ କରାଯାଉ ନେହେଲେ ଜୀବନ ଜୀବିକା ତ ହରାଇବୁ, କରିବୁ କ’ଣ? ତିଳେ ତିଳେ କରି ମରିବା ଠାରୁ ଏକା ସଂଗେ ମରିବା ଭଲ ବୋଲି କହି ଯଦି ତାଙ୍କ ଦାବି ପୂରଣ ନହୁଏ ଆସନ୍ତା ୨୪ ତାରିଖ ଦିନ ୮୦ଟି ପରିବାର ସାମୂହିକ ଆତ୍ମହୁତି ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଧମକ ଦେଇଛନ୍ତି ।ଏହି ସମ୍ମିଳନୀରେ ହରିଶଙ୍କର ବିକାଶ ମଞ୍ଚର ସଭାପତି ଡିଙ୍ଗର କୁମ୍ଭାର ମଧ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ