Masthead

ହାର ମାନିଲେନି ମାସୁଦ, ଦେଲେ ଯୁଦ୍ଧ ଡାକରା

କାବୁଲ(ବଡ଼ ଖବର ବ୍ୟୁରୋ):    ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ନେଇ ଦାବି କରିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଏନଆରଏଫର ମୁଖ୍ୟ ଅହମଦ ମାସୁଦ । ତାଲିବାନକୁ କଡା ଟକ୍କର ଦେଇ ଆଫଗାନୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ପାକିସ୍ତାନ ଓ ତାଲିବାନ ମିଳିତ ଭାବେ ପଞ୍ଜଶିର ଉପରେ ଆକ୍ରମଣ କରିଥିବା ନେଇ ସେ କହିଛନ୍ତି ।

ମାସୁଦ ନିଜେ ଫେସବୁକରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି , ପଞ୍ଜଶିରରେ ନ୍ୟାସନାଲ ରେଜିଷ୍ଟାନ ଫ୍ରଣ୍ଟ ବିଭିନ୍ନ ସ୍ଥାନରେ ମୁତାୟନ ହୋଇଛନ୍ତି ଓ ସେମାନେ ତାଲିବାନୀଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି । ପଞ୍ଜଶିରରେ ଥିବା ଆଫଗାନଙ୍କ ଉପରେ ପାକିସ୍ତାନ ସିଧାସଳଖ ଆକ୍ରମଣ କରିଛି । ସାରା ବିଶ୍ୱ ଏବେ ତାଲିବାନ ବିରୋଧରେ ଚୁପ ରହିଛି । ହେଲେ ଆମେ ଆମ ଲଢେଇ ଜାରି ରଖିବୁ । ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଆମେ ଆମ ଲଢେଇ ଜାରି ରଖିବୁ ।

ମାସୁଦ ଟୁଇଟ ଜରିଆରେ ନିଜ ବାର୍ତ୍ତା ଦେଇଛନ୍ତି ଯେ, ଆପଣମାନେ ସମସ୍ତେ ନିଜର ଧର୍ମ,ନିଜର ସମ୍ମାନ ଓ ନିଜର ଦେଶ ପାଇଁ ଲଢେଇ କରନ୍ତୁ । ନିଜର ସ୍ୱାଧୀନତା କେବେ ବି କାହା ହାତରେ ଟେକି ଦିଅନ୍ତୁ ନାହିଁ । ତେବେ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫୈମଙ୍କ ଅନେକ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ