Masthead

ସ୍କୁଲ ପରିସରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘସିପୁରା(ବଡ଼ ଖବର ବ୍ୟୁରୋ):ସ୍କୁଲ୍ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତୋରାଣିଆପାଳ ଗାଁର ବାସନ୍ତୀ ଜେନାଙ୍କର ଝୁଲନ୍ତା ମୃତଦେହ ଦେଖି ବିଦ୍ୟାଳୟର ଶିକ୍ଷୟିତ୍ରୀ ଘସିପୁରା ଥାନାକୁ ଖବର ଦେଇଥିଲେ ।

ବାସନ୍ତୀଙ୍କର ଶବ ବିଦ୍ୟାଳୟର ଭୋଜନକେନ୍ଦ୍ରରେ ଝୁଲୁଥିବା ବେଳେ, ନିକଟରେ ତାଙ୍କ ଛତା ଓ ଚପଲ ରଖାଯାଇଥିଲା । ବାସନ୍ତୀଙ୍କର ପରିବାର ଲୋକଙ୍କର ସୂଚନା ଅନୁଯାୟୀ, ବାସନ୍ତୀ, ଗତ ୧୩ ବର୍ଷ ପୂର୍ବେ ବସନ୍ତପୁରା ଗାଁର ଅଶୋକ ଜେନାଙ୍କ ସହ ଅନ୍ୟତ୍ର ରହୁଥିଲେ । ସେବେଠାରୁ ବାସନ୍ତୀଙ୍କର କୌଣସି ଖୋଜଖବର ନଥିବା ବେଳେ, ଆଜି ହଠାତ୍ ସ୍କୁଲ୍ ପରିସରରୁ ତାଙ୍କର ମୃତଦେବ ମିଳିବା କାରଣରୁ ବାସନ୍ତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା