Before Header

ପୁରୁଷ ଓ ମହିଳା ସ୍ପିଡ ସ୍କେଟିଂ ରିଲେରେ ଭାରତକୁ ବ୍ରୋଞ୍ଜ

0 33

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚିନରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।ଭାରତ ଜିତୁଛି ଗୋଟିଏ ପରେ ଗୋଟିଏ ପଦକ । ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ପଦକ ଭେଟି ଦେଇଛନ୍ତି କ୍ରୀଡାବିତ ।ଆଜି ନବମ ଦିନରେ ଭରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଏସିଆନ୍ ଗେମ୍ସ ୨୦୨୩ରେ ଉଭୟ ପୁରୁଷ ଓ ମହିଳା ସ୍ପିଡ୍ ସ୍କେଟିଂ ରିଲେ ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି । ସ୍ପିଡ଼୍ ସ୍କେଟିଂ ୩୦୦୦ ମିଟରରେ ରିଲେରେ ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା ୫୫ ଛୁଇଁଛି । ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୯ଟି ରୌପ୍ୟ ପଦକ ଓ ୨୩ଟି ବ୍ରୋଞ୍ଜ୍ ପଦକ ରହିଛି ।

Leave A Reply

Your email address will not be published.