Masthead

ଅନଲାଇନ ବୋଲିରେ ଲାଗିଛି ୯୯୯ କୋଟି

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ବୋଲିରେ ଲାଗିଛି ୯୯୯ କୋଟି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ୍ୟ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ ଦୌସା ଜିଲ୍ଲାରୁ । ମଦ ଦୋକାନ ଠିକା ନେବାକୁ ଜଣେ ବ୍ୟକ୍ତି ଲଗାଇଛନ୍ତି ୯୯୯ କୋଟି ଟଙ୍କାର ବୋଲି । ଦୌସାରେ ପ୍ରଥମ ଥର ପାଇଁ ଅନଲାଇନରେ ଏକ ମଦ ଦୋକାନ ପାଇଁ ଚାଲିଥିବା ନିଲାମ । ଅନଲାଇନ ବୋଲିରେ କମ୍ପ୍ୟୁଟର ସିଷ୍ଟମରେ ମଧ୍ୟ ରାଶି ଲିମିଟ୍ ଶେଷ ହୋଇଯାଇଥିଲା।

କମ୍ପ୍ୟୁଟରରେ ଲିମିଟ୍ ଶେଷ ହେବାପରେ ଉଭୟ ପକ୍ଷ ଅଟକି ଯାଇଥିଲେ। ହଜାରେ କୋଟି ଉପରକୁ ରାଶି କମ୍ପ୍ୟୁଟର ନେଲାନାହିଁ। ନଚେତ ଦୁଇ ପକ୍ଷ ଆଗକୁ ବୋଲି ଜାରି ରଖିଥାନ୍ତେ । ସେ ହେଉଛନ୍ତି କରଣ ସିଂହ ଗୁର୍ଜର ଓ ନବଲ ମିଣା । ଉଭୟ ବୋଲି ଲଗାଇବା ଆରମ୍ଭ କରିଥିଲେ । ଯାହା ୯୯୯ କୋଟି ଯାଏଁ ପହଞ୍ଚିଥିଲା। ଜିଲ୍ଲା ଅବକାରୀ ଅଧିକାରୀ ଅନିଲ କୁମାର ଜୈନ କହିଛନ୍ତିଏହି ଦୋକାନର ସର୍ବନିମ୍ନ ରିଜର୍ଭ ପ୍ରାଇସ୍ ୧ କୋଟି ୮୪ ଲକ୍ଷ ୬୫ ହଜାର ୨୧୬ ଟଙ୍କା ରଖାଯାଇଥିଲା। କିନ୍ତୁ ଏହା ୯୯୯ କୋଟିରୁ ଅଧିକ ପହଞ୍ଚିଗଲା।

ବୋଲି ସମୟରେ ଥରକେ ଅତିକମରେ ୫ ହଜାର ଟଙ୍କା ବା ସର୍ବାଧିକ ରାଶିର ୫ ପ୍ରତିଶତ ବଢାଯାଇପାରେ।  କରଣ ସିଂହ ଗୁର୍ଜର ୯୯୯ କୋଟି ୯୯ ଲକ୍ଷ ୯୫ ହଜାର ୨୧୬ ଟଙ୍କା ବୋଲି ଲଗାଇଥିଲେ। ଏହାପରେ ନବଲ ମିଣା ୯୯୯ କୋଟି ୯୯ ଲକ୍ଷ ୯୦ ହଜାର ୨୧୬ ଟଙ୍କା ବୋଲି ଲଗାଇଥିଲେ। ରାଶି ଲିମିଟ ଶେଷ ହୋଇଯିବାରୁ ଦୁହେଁ ଅଟକି ଯାଇଥିଲେ । ଅବକାରୀ ବିଭାଗ ଅନୁଯାୟୀ, ମଦ ଦୋକାନ ଠିକା ନେବାକୁ ପ୍ରଥମେ କରଣ ସିଂହ ଗୁର୍ଜର ଓ ପରେ ନବଲ ମିଣାଙ୍କୁ ମଉକା ଦିଆଯିବ। ଯଦି ଦୁହିଁଙ୍କ ମଧ୍ୟରୁ କିଏ ଠିକା ନିଅନ୍ତି ତାହେଲେ ଦିଆଯିବ ନଚେତ ଉଭୟଙ୍କୁ ୩ ବର୍ଷ ପାଇଁ ବ୍ଲାକଲିଷ୍ଟ କରାଯିବ। ୩ ବର୍ଷ ଯାଏଁ ଏମାନେ ବୋଲିରେ ଅଂଶଗ୍ରହଣ କରିପାରିବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି