Masthead

ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ: ଇମ୍ରାନ ଖାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପୁଣି ଏକ ବିବାଦିୟ ବୟାନ ଦେଇ ଟ୍ରୋଲ ହୋଇଛନ୍ତି ଇମ୍ରାନ । କିଛି ବର୍ଷ ଧରି ପାକିସ୍ତାନରେ ଦୁଷ୍କର୍ମ ବଢ଼ୁଥିବା ନଜରକୁ ଆସିଛି । ଯେଉଁଥିପାଇଁ ଇମ୍ରାନ ସିଧାସଳଖ ମହିଳାଙ୍କ ପୋଷାକ ଉପରେ ଅଙ୍ଗୁଳି ଉଠାଇଛନ୍ତି । ଏକ ସାକ୍ଷାତକାରରେ ଇମ୍ରାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ । ଯଦି ଜଣେ ମହିଳା ଛୋଟ ପୋଷାକ ପିନ୍ଧୁଛନ୍ତି, ତେବେ ଏହା ନିଶ୍ଚିତ ଭାବରେ ପୁରୁଷଙ୍କୁ ପ୍ରଭାବିତ କରିବ । କାରଣ ପୁରୁଷମାନେ ରୋବଟ ନୁହନ୍ତି । ଏହା ଏକ ସାଧାରଣ କଥା ଯାହାକୁ ମହିଳାମାନେ ବୁଝିବା ଦରକାର ।

ତେବେ ଇମ୍ରାନଙ୍କ ଏଭଳି ଟିପ୍ପଣୀ ଲାଗି ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ପାକିସ୍ତାନର ହିଜବେ ନେତାଙ୍କଠାରୁ ଆରମ୍ଭ କରି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକ ଇମ୍ରାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ