Masthead

ମୁଁ ପଳାତକ ନୁହେଁ: ଅସରଫ

(ବଡ଼ ଖବର ବ୍ୟୁରୋ): ୟୁଏଇରୁ ଆଫଗାନବାସୀଙ୍କୁ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ । ସେ କହିଛନ୍ତି , ସୁରକ୍ଷା କାରଣରୁ ଆଫଗାନିସ୍ତାନରୁ ଦୂରରେ ରହିବାକୁ ପଡିଲା । ଦେଶର ସୁରକ୍ଷାକର୍ମୀ ଓ ସେନାବାହିନୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋ ଇଚ୍ଛା ବିରୋଧରେ ଦେଶରୁ ମୋତେ ବାହାରକୁ ପଠାଗଲା । ଯେଉଁମାନେ କହୁଛନ୍ତି ପଳାୟନ କଲି, ସେମାନେ ସତକଥା ଜାଣିବା ଜରୁରୀ । ତାଲିବାନ ସହ ହୋଇଥିବା ଆଲୋଚନା ଫଳପ୍ରଦ ନଥିଲା । ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନକୁ କ୍ଷମତା ହସ୍ତାନ୍ତର ଚାହୁଁଥିଲି । କିଛି ଅଘଟଣ ଏଡାଇବାକୁ ଦେଶ ଛାଡିବାକୁ ପଡିଲା ।

ସୁରକ୍ଷା ଅଧିକାରୀଙ୍କ କହିବା ପରେ ଦେଶ ଛାଡିଲି । କାବୁଲରେ ରହିଥିଲେ ରକ୍ତାକ୍ତ ମୁହୂର୍ତ୍ତ ଦେଖିବାକୁ ପଡିଥାନ୍ତା । କାବୁଲର ଜନସାଧାରଣଙ୍କୁ ଅଘଟଣରୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନେବାକୁ ପଡିଲା । ଟଙ୍କା ନେଇ ଦେଶରୁ ଫେରାର୍ ହୋଇଯାଇ ଥିବା କହିବା ଅଯଥାର୍ଥ । ଆଫଗାନିସ୍ତାନରେ ସଂକଟମୟ ପରିସ୍ଥିତି ବେଳେ ୟୁଏଇରେ ଶରଣ ନେଇଛନ୍ତି ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅସରଫ ଘନି । ତାଙ୍କର ପୁରା ପରିବାର ୟୁଏଇର ଆବୁଧାବିରେ ଶରଣ ନେଇଥିବା ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ୟୁଏଇ ସରକାର କହିଛନ୍ତି, ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କ ପରିବାରକୁ ଶରଣ ଦିଆଯାଇଛି । ତାଲିବାନର କାବୁଲ ଦଖଲ ପରେ ଦେଶ ଛାଡ଼ିଥିଲେ ଅସରଫ ଘନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା