Masthead

ସରପଞ୍ଚଙ୍କ ଦ୍ୱାରା ଜମି ହଡପ ପ୍ରତିବାଦରେ ମହିଳାଙ୍କ ଅନଶନ

ନାକଟିଦେଉଳ(ବଡ଼ ଖବର ବ୍ୟୁରୋ) ରେକର୍ଡ ଜମିକୁ ଜଣେ ସରପଞ୍ଚ ବଳ ପୂର୍ବକ ହଡପ କରିବା ପ୍ରତିବାଦରେ ଶୁକ୍ରବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କଞ୍ଚନପୁର ଗ୍ରାମର ମନ୍ଦୋଦରୀ ପ୍ରଧାନ ନାମ୍ନୀ ଜଣେ ମହିଳା ନାକଟିଦେଉଳ ତହସିଲ ଅଫିସ ସମ୍ମୁଖରେ ଅନଶନରେ ବସିଥିବା ଜଣାପଡିଛି । କିସିଣ୍ଡା ରାଜସ୍ବ ସର୍କଲ ଅଧୀନ କଞ୍ଚନପୁର ଗ୍ରାମ ମନ୍ଦୋଦରୀ ପ୍ରଧାନଙ୍କ ଶ୍ଵଶୁରଙ୍କ ନାମରେ ଥିବା ଖାତା ନମ୍ବର ୬୪ ପ୍ଲଟ ନମ୍ବର ୪୩୮ର ୨ ଏକର ୮୭ ଡେସିମିଲ ଜମିରୁ ଗିରିଶଚନ୍ଦ୍ରପୁର ସରପଞ୍ଚ ତଥା କଞ୍ଚନପୁର ଗ୍ରାମର ମନ୍ଦୋଦରୀ ପ୍ରଧାନଙ୍କ ସମ୍ପର୍କୀୟ ପୁତୁରା ଶୁଭେନ୍ଦ୍ର ପ୍ରଧାନ ବଳପୂର୍ବକ ୪୦ ଡେସିମିଲ ଜମି ହଡପ କରିନେଇଥିବା ଅଭିଯୋଗ କରି ଏଦିଗରେ ପ୍ରଶାସନ ପଦକ୍ଷେପ ନେଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଥିଲେ ।

ଏପରିକି ଉକ୍ତ ଜମିର ଡିମାରକେସନ କରିବାକୁ ପ୍ରଶାସନକୁ ଲିଖିତକାରେ ଅନୁରୋଧ କରିଥିଲେ ମଧ୍ୟ ଆଜି ଯାଏ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ମନ୍ଦୋଦରୀ ପ୍ରଧାନ ନାକଟିଦେଉଳ ତହସିଲ ଅଫିସ ଆଗରେ ଆଜି ସକାଳ ୧୦ ଟା ସମୟରେ ଅନଶନରେ ବସିଥିଲେ । ଖବର ପାଇ ନାକଟିଦେଉଳ ତହସିଲଦାର ସେଠାରେ ପହଞ୍ଚି ଆସନ୍ତା ୨୯ ତାରିଖରେ ଏହି ବିବାଦୀୟ ଜମିର ଡିମାରକେସନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ମନ୍ଦୋଦରୀ ଦିନ ପ୍ରାୟ ୧୨ ଟା ସମୟରେ ଅନଶନରୁ ଉଠିଥିଲେ । ତେବେ ଏନେଇ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଜମିକୁ ସେମାନେ ନିଜେ ଗତ ୪ ପିଢ଼ି ହେଲା ଚାଷ କରି ଆସୁଥିବା କହିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା