Before Header

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ

0 33

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ । ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବଢ଼ାଇ ଦିଆଯାଇଛି । ସେପଟେ ଗଣ୍ଡଗୋଳ ଘଟଣାରେ ବର୍ତମାନ ସୁଧା ୭୯ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ କରାଯାଇଛି । ସେପଟେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ୪ ଘଣ୍ଟା ଓ ଦିନ ସାଢ଼େ ୩ଟାରୁ ୬ଟା ଯାଏଁ ଅଢ଼େଇ ଘଣ୍ଟା କୋହଳ ରହିବ ।

Leave A Reply

Your email address will not be published.