Masthead

କେନ୍ଦ୍ର ଚିଠି କରିବା ଶାସନ ବ୍ୟବସ୍ଥାର ଗୋଟେ ପ୍ରକ୍ରିୟା: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଟି ସଚିବଙ୍କୁ ବିରୋଧୀଙ୍କ ଆକ୍ରମଣ ପରେ ବିଜେଡିର ପ୍ରତିକ୍ରିୟା । ପ୍ରିତିକ୍ରିୟା ରଖିଲେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କେନ୍ଦ୍ରର ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ କଥା କିଛି ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ଘଟଣା ଘଟିଛି । ଏଇଟା ଶାସନ ବ୍ୟବସ୍ଥା ବା ସିଷ୍ଟମର ଗୋଟେ ପ୍ରକ୍ରିୟା । ଏଇଟା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଗୋଟେ ଅଂଶ ବିଶେଷ । ମୁଁ ବୁଝି ପାରୁନି କେଉଁଟା ଉଲଂଘନ ହେଲା । ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ବି ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି ।

ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲୋକଙ୍କର ନିକଟତର ହେଉଛନ୍ତି ଅସୁବିଧା କଣ । ସରକାର ଯଦି ଲୋକଙ୍କ ପାଖରେ ପହଁଚୁଛନ୍ତି ଏଥିରେ ଅସ୍ୱଭାବିକତା ବା ଅଗଣତାନ୍ତ୍ରିକ କେଉଁଠି ରହିଲା । କିଛି ଲୋକ କହୁଛନ୍ତି ଯେ ପାୱାର ଡେଲିଗେଟ ହେଉଛି । ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ । ମୁଖ୍ୟମନ୍ତ୍ରୀ ଆମ ଦଳର ବି ମୁଖ୍ୟ । ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଦଳର ବିଭିନ୍ନ କାର୍ୟ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ଦିଅନ୍ତି । କ୍ଷମତା ହସ୍ତାନ୍ତର କରନ୍ତିନି । ଦଳର ସମ୍ବିଧାନ ତାଙ୍କୁ ଯେଉଁ କ୍ଷମତା ଦେଇଛି ତାକୁ ସେ ହସ୍ତାନ୍ତର କରନ୍ତିନି । ସେମିତି ମୁଖ୍ୟମନ୍ତ୍ରୀ ଶାସନର ବି ମୁଖ୍ୟ ।

ସେହିପରି ସେ ସରକାରର ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ବା କର୍ତ୍ତବ୍ୟ ଦେବା ହେଉଛି ବି ମୁଖ୍ୟମନ୍ତ୍ରୀ ଙ୍କ ର କାମ । ଏଥିରେ ଅସ୍ବଭାବିକତା ରହିଲା । ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ ସେମାନେ ଏହି ଭଳି କଥା କୁ ପ୍ରସଙ୍ଗ କରନ୍ତି। ଆଗରୁ ମଧ୍ୟ ଏମିତି ଡ଼ିଓପିଟି ଅନେକ ଥର ଚିରାଚରିତ ଚିଠି ଦେଇଛି । ବିକାଶ ପ୍ରକ୍ରିୟାରେ କେହି ବି ବାଧା ସୃଷ୍ଟି କରନ୍ତୁ ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖରେ ପହଁଚୁଛି ଲୋକ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ