Masthead

ଧାନ ଅମଳ ମେସିନରେ ପଶି ଖଣ୍ଡଖଣ୍ଡ ହୋଇଗଲେ ଶ୍ରମିକ

ଜଗନ୍ନାଥ ପ୍ରସାଦ (ବଡ଼ ଖବର ବ୍ୟୁରୋ): ଧାନ ଅମଳ ମେସିନରେ ପଶି ଖଣ୍ଡଖଣ୍ଡ ହୋଇଗଲେ ଅପରେଟର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ଥାନା ଜିରାବାଡି ଗ୍ରାମରେ । ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବା ସମୟରେ ଅସାଵଧାନତା କାରଣରୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ଧାନ ଅମଳ ସମୟ ଚାଲିଛି । ଧାନକୁ କାଟି ଜମିରେ ହିଁ ମେସିନ ସାହାଯ୍ୟରେ ଧାନ ଅମଳ କରାଯାଉଛି । ମଙ୍ଗଳବାର ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ଗ୍ରାମରେ ଧାନ ଅମଳ ପାଇଁ ମେସିନ ଲଗାଯାଇଥିଲା । ମେସିନ ଅପରେଟିଂ କରୁଥିବା ଶ୍ରମିକ ବୁଲୁ ପାତ୍ରଙ୍କ ଗୋଡ ମେସିନ ମଧ୍ୟରେ ପଶିଯାଇଥିଲା । ଯାହା ଫଳରେ ସେ ଭିତରକୁ ଟାଣି ହୋଇଯାଇଥିଲେ । ମେସିନ ମଧ୍ୟରେ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଅନ୍ୟ ପଟରେ ବାହାରି ଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଗାଁରେ ଉତେଜନା ଦେଖାଦେଇଥିଲା । ପୋଲିସ୍ ପହଁଚି ଶବ ଜବତ କରିବା ସହ ସ୍ଥିତିକୁ ସମ୍ଭାଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ