Masthead

ଆଇଓସିଏଲ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ତୈଳ ବିଶୋଧନାଗାର ଆଇଓସିଏଲ ସମ୍ମୁଖରେ ବିକ୍ଷୋଭ । ୧୦ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ କରିଛନ୍ତି ଶ୍ରମିକ । ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପ୍ରତିବାଦ ରାଲି । ଏଥିରେ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଇଓସିଏଲ କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ଶ୍ରମିକମାନଙ୍କୁ ଅଣଦେଖା କରୁଛନ୍ତି । ଯାହାକୁ ଶ୍ରମିକମାନେ ବିରୋଧ କରିଛନ୍ତି। ପୁରୁଣା ଶ୍ରମିକମାନଙ୍କୁ ପୂର୍ଣ୍ଣ ଗେଟ୍ ପାସ ପ୍ରଦାନ, ପ୍ରତି ମାସର ୭ ତାରିଖ ମଧ୍ୟରେ ଦରମା, ଆଇଓସିଏଲ ଟାଉନସିପରେ ବିଶ୍ରାମଗାର, କରୋନାରେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଆଇଓସିଏଲ ପରିସରରେ ଶ୍ରମିକମାନଙ୍କୁ କ୍ୟାଣ୍ଟିନର ସୁବିଧା , ମାଗଣା ଗାଡ଼ି ପାର୍କିଂର ସୁବିଧା ପ୍ରଭୁତି ୧୦ ଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ ହୋଇଥିଲା ।

ତୁରନ୍ତ ଏହି ଦାବି ପୂରଣ ନହେଲେ ସମସ୍ତ ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି କଳାପତାକା ପ୍ରଦର୍ଶନରେ ସଂଘର ସଭାପତି ବାପି ସାର୍ଖେଲ, ସମ୍ପାଦକ ସମୀର ବିଶ୍ବାଳ ଓ ସଂଗଠନ ସମ୍ପାଦକ ସୁରେଶ କୁମାର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ