Before Header

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା, ଶପଥ ନେଲେ ୯ ବିଚାରପତି

0 32

(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା । ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି । ଶପଥ ପାଠ କରାଇଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ବି ଭି ନାଗରତ୍ନାଙ୍କ ସମେତ ୯ ଜଣ ସୁପ୍ରିମକୋର୍ଟରେ ଶପଥ ନେଇଛନ୍ତି । ନଅ ଜଜ ହେଉଛନ୍ତି, ବିଚାରପତି ଅଭୟ ଶ୍ରୀନିବାସ ଓକା, ବିଚାରପତି ବିକ୍ରମ ନାଥ, ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ଵରୀ, ବିଚାରପତି ହିମା କୋହଲି ଓ ବିଚାରପତି ବିଭି ନାଗରତ୍ନା, ବିଚାରପତି ସିଟି ରବିକୁମାର, ବିଚାରପତି ଏମଏମ ସୁନ୍ଦରେଶ, ବିଚାରପତି ବେଲା ଏମ ତ୍ରିବେଦୀ ଓ ପିଏସ ନରସିମାହ।

ସର୍ବୋଚ୍ଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ । ୯ ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି । ତେବେ ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜର୍ଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.