Masthead

କ୍ୱାକ-କୁରେଲି ସାଇମଣ୍ଡସର ତାଲିକାରେ ସ୍ଥାନ ପାଇଲା ଓଡ଼ିଶା ଦୁଇଟି ଅନୁଷ୍ଠାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ବ୍ୟବସ୍ଥା କ୍ୱାକ୍-କୁରେଲି ସାଇମଣ୍ଡସର ତାଲିକା ପ୍ରକାଶ ପାଇଛି । ଏଥିରେ ଶ୍ରେଷ୍ଠ ଦୁଇ ଶହ ଭିତରେ ଭାରତର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ତେବେ ଶ୍ରେଷ୍ଠ ହଜାରେ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଥର ପାଇଁ ଓଡିଶାର ଦୁଇଟି ଅନୁଷ୍ଠାନ, ଆଇଆଇଟି ଭୁବନେଶ୍ୱର ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ତେବେ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଆଲିଗଡ ମୁସଲିମ ୟୁନିଭର୍ସିଟି ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ୧ ହଜାର ମଧ୍ୟରେ ସ୍ଥାନ ପାଇ ନାହାଁନ୍ତି । ଦେଶର ୨୨ଟି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧ ହଜାର ମଧ୍ୟରେ ସ୍ଥାନ ପାଇଛନ୍ତି ।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆମେରିକାର ମାସାଚୁସେଟସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି- ଏମଆଇଟି । ଦୁଇ ନମ୍ବର ରାଙ୍କରେ ରହିଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ତୃତୀୟରେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟ ଏବଂ ଚତୁର୍ଥରେ କେମ୍ବ୍ରିଜ୍ ୟୁନିଭର୍ସିଟି ରହିଛି । ଭାରତର ବମ୍ବେ ଆଇଆଇଟି ଏହି ତାଲିକାରେ ୧୭୭ ତମ ସ୍ଥାନରେ ରହିଛି । ତାପଛକୁ ୧୮୫ତମ ସ୍ଥାନରେ ରହିଛି ଦିଲ୍ଲୀ ଆଇଆଇଟି, ୧୮୬ ତମ ସ୍ଥାନରେ ରହିଛି ଆଇଆଇଏସସି ବେଙ୍ଗାଲୁର । ଅର୍ଥାତ ବମ୍ବେ ଆଇଆଇଟି ଭାରତର ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି । ତେବେ ପ୍ରଥମ ଥର ପାଇଁ ଓଡିଶାର ଦୁଇଟି ବିଶ୍ୱବିଦ୍ୟାଳୟ ଆଇଆଇଟି ଭୁବନେଶ୍ୱର ଓ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ସ୍ଥାନ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ