Masthead

ଖାଁ ଖାଁ ଲାଗିଲା ସୁନାବେଡାର ସୁନାଦେଇ ଯାତ୍ରା।

 

ନୂଆପଡା ,  (ବଡ଼ ଖବର ବ୍ୟୁରୋ):

ସମୁଦ୍ର ପତ୍ତନ ଠାରୁ ୩୨୦୦ ଫୁଟ ଉଚ୍ଚତାରେ ଓ ୬୦୦ ବର୍ଗ କିଲୋମିଟରରେ ଅବସ୍ଥିତ ନୂଆପଡାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳ। ଚକୋଟିଆ, ଭୁଞ୍ଜିଆ ,ପହରିଆ ଆଦି ଜନଜାତିର ଲୋକମାନେ ଏଠାରେ ବସବାସ କରନ୍ତି। ସଂସ୍କୃତି ଓ ପରମ୍ପରାରେ ଧନୀ ଏହି ଜନଜାତି ଲୋକମାନଙ୍କର ଆରାଧ୍ୟା ଦେବୀ ହେଉଛନ୍ତି ମାଁ ସୁନାଦେଇ। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ମାଁ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୁଏ। ଅଞ୍ଚଳବାସୀଙ୍କ ବିଶ୍ୱାସ ଅଛି ଏହି ଦିନ ମାଁଙ୍କୁ ପୂଜାର୍ଚ୍ଚନା କରି ମନସ୍କାମନା କଲେ ତାହା ଅବଶ୍ୟ ପୂରଣ ହୁଏ। ଏହି ଦିନ ନୂଆପଡ଼ାର ଆଖପାଖ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ମାଁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ଦିନ ସୁନାବେଡା ହୋଇପଡେ ଉତ୍ସବମୁଖର ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାର ଓ ଜିଲ୍ଲା ପ୍ରଶାସନର କଟକଣା ପାଇଁ ବହୁ ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ ପାଇଁ ଆସିପାରିନଥିଲେ। ଜିଲ୍ଲା ପ୍ରଶାସନର ସହଯୋଗରେ କରୋନା କଟକଣାର ନିୟମକୁ ମାନି ସୁନାଦେଇ ପରିଚାଳନା କମିଟି ମାଁ ସୁନାଦେଇଙ୍କ ନୀତି ନିୟମ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଏ ବର୍ଷ ନା ଥିଲେ ହଜାର ହଜାର ଶ୍ରଦ୍ଧାଳୁ ନା ବସିଥିଲା ଦୋକାନ ବଜାର ନା ଶୁଭୁଥିଲା କୋଳାହଳ ତଥାପି ବି ଉପସ୍ଥିତ ଶ୍ରଦ୍ଧାଳୁ ଓ ପରିଚାଳନା କମିଟି ଅନ୍ୟ ବର୍ଷ ପରି ଏ ବର୍ଷ ବି ସମଭାବରେ ସୁରୁଖୁରୁରେ ମାଁଙ୍କ ନୀତି ନିୟମ ଓ ପୂଜାର୍ଚ୍ଚନା କରିଥିଲେ। ମାଁ ସୁନାଦେଇ ଆମକୁ ସହାୟ ହେବେ , କରୋନା ହାରିବ ଓ ଆସନ୍ତା ବର୍ଷ ପୁଣି ଧୁମ ଧାମରେ ପାଳନ ହେବ ସୁନାଦେଇ ଯାତ୍ରା ବୋଲି କହିଥିଲେ ମୁଖ୍ୟ ପୂଜକ ବିଶ୍ରାମ ଛତରିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ