Masthead

ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମନା ଜାରିହେଲା କଟକଣା

ମହାକାଳ ପଡା , (ବଡ଼ ଖବର ବ୍ୟୁରୋ):   ବିିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଚଳିତ ବର୍ଷ ନଭେମ୍ବର ମାସ ପହିଲା ଠାରୁ ମେ୩୧ତାରିଖ ପର୍ଯ୍ୟନ୍ତ ଧାମରା, ଋଷିକୂଲ୍ୟା, ଦେବୀ ମୁହାଣ ସମୁଦ୍ର ଉପକୂଳ ଠାରୁ୨୦କିମି ଦୂର ପର୍ଯ୍ୟନ୍ତ ମାଛ ଧରିବା ପାଇଁ ନଯିବା ଘୋଷଣା କରାଯାଇଛି । କଇଁଛ ସୁରକ୍ଷା ପାଇଁ ମୋଟ୬୬ଟି ପେଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ଏଥିରେ ମୁଖ୍ୟତଃ ବନବିଭାଗ କର୍ମଚାରୀ ଏପିଆର ପୋଲିସ, କୋଷ୍ଟଗାର୍ଡ, ପେଟ୍ରୋଲିଂ ସିପ, ଓ ସାମୁଦ୍ରିକ ଥାନାକୁ ସାମିଲ କରାଯାଇଛି ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ମତ୍ସଜୀବୀ ପରିବାର ଚଳିତ ବର୍ଷ କରନା ମହାମାରୀ ପାଇଁ କଟକଣା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗର ରେ ବାରମ୍ବାର ଲଘୁଚାପଜନିତ ଦୁର୍ବିପାକ ହେବାପରେ ପୁଣି କଇଁଛ ସୁରକ୍ଷା ପାଇଁ ୭ ମାସ କଟକଣା ଯୋଗୁ ଜୀବିକା ହରାଇଛନ୍ତି ହଜାର ହଜାର ମତ୍ସଜୀବୀ ପରିବାର ଏହି କଟକଣା କୋହଳ କରିବା ପାଇଁ ଦାବି କରିଛନ୍ତି ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ ପିଡ଼ି ପରେ ପିଡ଼ି ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ମାନେ ଆଇନ ର କୋଠର ଜାଲରେ ଛନ୍ଦି ହୋଇ ପଡିଛନ୍ତି ପରିବାର ପୋଷଣ ସହିତ ଋଣର ବୋଝ ପାଇଁ ଚିନ୍ତା ବଢାଇଛି ଆଇନ ର କଟକଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ