Before Header

ଚନ୍ଦ୍ରମୁହାଁ ହେବ ଚନ୍ଦ୍ରାୟନ-୩, ଶ୍ରୀହରି କୋଟାରୁ ଆରମ୍ଭ ହେବ ବିଜୟ ଯାତ୍ରା

0 23

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୁଲାଇ ୧୪,୨୦୨୩ । ସମୟ ଅପରାହ୍ନ ୨.୩୫ । ଶ୍ରୀହରିକୋଟାରୁ କରାଯିବ ଚନ୍ଦ୍ରଯାନ-୩ର ଉତକ୍ଷେପଣ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ତେବେ ଗତ ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଫେଲ ମାରିଥିଲା । ସୂଚନା ଅନୁସାରେ ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇ ନଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ । ଚନ୍ଦ୍ରଯାନ-୩ ପ୍ରେରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ ।

ଗତଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହାସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । ସେହିପର ଚନ୍ଦ୍ରଯାନ-୩ରେ ଚନ୍ଦ୍ରଯାନ-୨ରେ ଥିବା ତ୍ରୁଟି ବିଚ୍ୟୁତକୁ ସୁଧାରିବାକୁ ଉଦ୍ୟମ କରାଯାଇଛି । ଅର୍ବିଟର ବଦଳରେ ସ୍ୱଦେଶୀ ପ୍ରୋପଲ୍ସନ୍ ମଡ୍ୟୁଲ ରହିଛି । ଅବତରଣ ପାଇଁ ଗତଥର ଅପେକ୍ଷା ଏକ ବଡ ସ୍ଥାନ ମଧ୍ୟ ବଛାଯାଇଛି । ଲ୍ୟାଣ୍ଡର ସହ ଯୋଗାଯୋଗ ଯେପରି ବିଚ୍ଛିନ୍ନ ନହେବ ସେଥିପାଇଁ ନିଆଯାଇଛି ମଧ୍ୟ ପଦକ୍ଷେପ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ।

ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି ଭୁବନେଶ୍ୱର ସ୍ଥିତ ସିଟିଟିସି ବା ସେଂଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର । ତେବେ ଛୋଟବଡ଼ ହଜାର ହଜାର ଯନ୍ତ୍ରାଂଶ ତିଆରି ପାଇଁ ଦିନରାତି ଏକ କରି ଦେଇଥିଲେ ସିଟିଟିସିର ଟେକ୍ନିସିଆନ୍ । ସିଟିଟିସିରେ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମରେ ଲାଗିଥିଲେ ୧୦୦ ଜଣ ଟେକ୍ନିସିଆନ୍ । ୨ ବର୍ଷର କଠିନ ପରିଶ୍ରମରେ ପ୍ରସ୍ତୁତ ହୋଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ । ମେକାନିକାଲ ଡାଇନାମିକ୍ ଟ୍ୟୁନଡ ଗାଇରୋଜ୍, ଆରଜିପିଡିଲଞ୍ଚି କମ୍ପୋନେଣ୍ଟସ୍, ୨୩ ପ୍ରକାର ଭାଲଭ୍ ଗ୍ଲାସ ମିସନିଂ ପ୍ରୋସେସର୍ସ ଟାୱାର ପ୍ଲେସ୍ ଭଳି ଜଟିଳ ଯନ୍ତ୍ରାଂଶ ସଫଳତାର ତିଆରି କରିଛି ସିଟିଟିସି ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର । ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ । କାରଣ ଏପର‌୍ୟ୍ୟନ୍ତ ଦକ୍ଷିଣ ମେରୁର ଏତେ ନିକଟବର୍ତୀ ଅଞ୍ଚଳରେ ପହଁଚିପାରିନି ଚନ୍ଦ୍ରଯାନ ।

 

Leave A Reply

Your email address will not be published.