Masthead

ରେଳମନ୍ତ୍ରୀଙ୍କ ଇସ୍ତଫା ମାଗିଲା କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଏକ ରେଳ ଦୁର୍ଘଟଣା । ଚାଲିଗଲା ୯ ଜଣଙ୍କ ଜୀବନ । ପଶ୍ଚିବମଙ୍ଗର ସିଲିଗୁଡ଼ି ଠାରେ ଆଜି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ସିଆଲଦାକୁ ଯାଉଥିବା କାଞ୍ଚନଜଙ୍ଗା ଟ୍ରେନର ୩ଟି ବିଗ କ୍ଷତିଗ୍ରସ୍ତ ହୋଇଛି। ତେବେ ରେଳ ଦୁର୍ଘଟଣାକୁ ନେଇ ଆରମ୍ଭ ହୋଇଥି ରାଜନୀତି । ଏହି ଟ୍ରେନ ଦୁର୍ଘଟଣା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ବୈଷ୍ଣବ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।

କଂଗ୍ରେସ ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରାଯାଇଛି। ରେଳ ମନ୍ତ୍ରଣାଳୟର ଅବହେଳା ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ମନ୍ତ୍ରୀ ରିଲ୍ସରେ ବ୍ୟସ୍ତ ରହୁଥିବା ବେଳେ ଲୋକଙ୍କ ସୁରକ୍ଷା ଉପରେ ଆଲୋଚନା କରିବାକୁ ତାଙ୍କ ପାଖରେ ସମୟ ନଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ପ୍ରମୋଦ ତିୱାରୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, “ଭୁଲ ପରିଚାଳନା, ଭୁଲ ନୀତି ଓ ଭୁଲ ପଦକ୍ଷେପ ଯୋଗୁ ରେଳ ଦୁର୍ଘଟଣା ଘଟୁଛି। ଟ୍ରାକଗୁଡ଼ିକ ଉପରେ ଲୋଡ ବଢ଼ୁଛି। କିନ୍ତୁ ସୁରକ୍ଷା ଉପରେ କୌଣସି ଫୋକସ କରାଯାଉନି।

ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣାରୁ ଦେଶ ବାହାରି ପାରିନି। ଏବେ ପୁଣି ଗୋଟିଏ ବଡ଼ ରେଳ ଦୁର୍ଘଟଣା ଘଟିଛି। ରେଳ ମନ୍ତ୍ରଣାଳୟ ଏହାକୁ ପରିଚାଳନର କରିପାରୁ ନାହିଁ। ରେଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର।” କଂଗ୍ରେସର ଜୟରାମ ରମେଶ କହଛନ୍ତି ଯେ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ସେ ଅଧିକାଂଶ କେବଳ ନିଜର ପ୍ରଚାର କରିଛନ୍ତି। କୌଣସି ଉତ୍ତର ଦାୟିତ୍ୱ ନେଇ ନାହାନ୍ତି। ୨୦୨୧ ଅଗଷ୍ଟରୁ ଇତି ମଧ୍ୟରେ ଟ୍ରେନ ଦୁର୍ଘଟଣା ଯୋଗୁ ୩୨୯ ଜଣଙ୍କ ଜୀବନ ଗଲାଣି ବୋଲି ସେ କହିଛନ୍ତି। କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି କହିଛନ୍ତି, “ଭାରତୀୟ ରେଳବାଇର ଅପରାଗତ ଚିନ୍ତାଜନକ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି