Masthead

ପଶ୍ଚିମା ଝଡ଼ ପ୍ରଭାବ, ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଅଧା ଓଡ଼ିଶାରେ ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଛି। ଗୋଟିଏ ବି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବ ଜାରିରହିବ।

ଆସନ୍ତାକାଲି ବି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତେଣୁ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କୋରାପୁଟ, ସମ୍ବଲପୁର, ନୂଆପଡ଼ା, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାରେ ସାମାନ୍ୟ ଅଧିକ ବର୍ଷା ରେକର୍ଡ ହୋଇଛି। ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହୋଇଛି। ପ୍ରଭାବରେ ଗଛ ଭାଙ୍ଗିବା ସହ ଭୁବନେଶ୍ବରରେ ହୋଡିଂ ଭାଙ୍ଗି ଲୋକଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ସର୍ବାଧିକ ୪୦.୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୨୯.୪ ମିିମି, ଗଜପତି ଜିଲ୍ଲାର ଆର୍. ଉଦୟଗିରିରେ ୨୮.୨ମିମି, ଭୁବନେଶ୍ବରରେ ୧୭.୬ମିମି, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୧.୨ ମିମି ବର୍ଷା ରେକର୍ଡ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି 🔴 ଦୁଇ ଦିନିଆ ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ 🔴 ପଶ୍ଚିମା ଝଡ଼ ପ୍ରଭାବ, ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ 🔴 ସାକ୍ଷୀ ଦେଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଭାଙ୍ଗିଲା ପ୍ରଣବଙ୍କ ଫାର୍ମ ହାଉସ ପାଚେରୀ 🔴 ଚାଷୀ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି 🔴 ଏବେ ବି ଜଳୁଛି ସୁପରମାର୍ଟ 🔴 ଆଜିବି ସରଗରମ ରହିବ ବିଧାନସଭା 🔴 ଗିରଫ ହେଲେ ଖଣି ଅଧିକାରୀ 🔴 ବାପାକୁ କାନ୍ଧ ଦେଲାନି ପୁଅ 🔴 ଭିଜିଲାନ୍ସ ଇତିହାସରେ ରେକର୍ଡ, ବାବୁଙ୍କ ଘରୁ ମିଳିଲା ୪ କୋଟି 🔴 ଦୁଇ ଦିନିଆ ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ 🔴 ପଶ୍ଚିମା ଝଡ଼ ପ୍ରଭାବ, ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ 🔴 ସାକ୍ଷୀ ଦେଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଭାଙ୍ଗିଲା ପ୍ରଣବଙ୍କ ଫାର୍ମ ହାଉସ ପାଚେରୀ 🔴 ଚାଷୀ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି 🔴 ଏବେ ବି ଜଳୁଛି ସୁପରମାର୍ଟ 🔴 ଆଜିବି ସରଗରମ ରହିବ ବିଧାନସଭା