ଦୁଇ ଦିନିଆ ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଦୁଇଦିନିଆ ଇସ୍ରାଏଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି । ଯେଉଁ ସମୟରେ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ତିକ୍ତତା ବଢ଼ିଚାଲିଛି, ସେହି ସମୟରେ ମୋଦୀ ଇସ୍ରାଏଲ୍ ଗସ୍ତ କରୁଛନ୍ତି । ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନ କୌଶଳ ଭଳି ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।

ସବୁଠୁ ବଡ଼ କଥା ହେଲା ମୋଦୀଙ୍କ ଇସ୍ରାଏଲ୍ ଗସ୍ତ ପୂର୍ବରୁ ଇସ୍ରାଏଲରେ ଏକ ନୂଆ ମେଣ୍ଟ ଗଠନ ହୋଇଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାର ନାଁ ରଖିଛନ୍ତି ‘ହେକ୍ସାଗନ୍ ଗଠବନ୍ଧନ’ । ନେତାନ୍ୟାହୁଙ୍କର କହିବା କଥା, ମଧ୍ୟପ୍ରାଚ୍ୟ କଟ୍ଟରପନ୍ଥୀଙ୍କୁ ମୁକାବିଲା କରିବା ପାଇଁ ହେକ୍ସାଗନ୍ ଗଠବନ୍ଧନର ଆବଶ୍ୟକତା ରହିଛି । ନେତାନ୍ୟାହୁ ଏହି ଗଠବନ୍ଧନରେ ଭାରତ ସମେତ ଇସ୍ରାଏଲ୍, ଗ୍ରୀସ୍ ଓ ସାଇପ୍ରସକୁ ରଖିଛନ୍ତି । କିଛି ଆରବୀ, ଆଫ୍ରିକୀୟ ଓ ଏସିଆନ୍ ଦେଶ ମଧ୍ୟ ସାମିଲ୍ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!