Masthead

ନିଶା କବଳରେ ଯୁବପିଢ଼ି; ଦେଶର ଭବିଷ୍ୟତ କୁଆଡ଼କୁ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ବଞ୍ଚିବା ପାଇଁ କ’ଣ ନକରୁଛି, ପେଟପାଟଣା ପାଇଁ ରୋଜଗାର କେମିତି କରିବ, ଘରକୁ ଚାଉଳ କିପିରି ଜୁଟାଇବ, ଭବିଷ୍ୟତ ପାଇଁ କିଛି ନା କିଛି ବିଚାର କରିବା ସହ ଆଗାମୀ ଦିନ ପାଇଁ କେତେ ସ୍ୱପ୍ନ ନଦେଖିଛି । ଅନ୍ୟପଟେ ନିଜର ଜୀବନକୁ ବେଖାତିର କରିଚାଲିଛି ମଣିଷ ସମାଜ । ସଉକ ପୂରଣ ପାଇଁ ନିଶା କବଳରେ ଆଜିର ଯୁବପିଢି । ଯେଉଁ ସମୟରେ ନିଜର ଶରୀର ପ୍ରତି ଯତ୍ନନେବା ସହ ବ୍ୟାୟାମ କରି ସ୍ୱାସ୍ଥ୍ୟକଥା ଭାବିବା କଥା ସେ ସମୟରେ ବିଭିନ୍ନ ନିଶାକୁ ଆଦରି ବର୍ବାଦ ହେବାର ଦେଖିବାକୁ ମିଳୁଛି । ଟଙ୍କା ଥିଲା ପିଲା ବିଦେଶୀ ମଦ,ହୁକ୍କାବାର ନିଶାକରି ମଉଜ କରୁଥିବା ବେଳେ ଗରିବ ପିଲାମାନେ ଦେଶୀମଦ ପାଉଚ ଏବଂ ଯିଏ ପିଆଇବ ତାପଛରେ, ତା ଇସାରାରେ କିଛି ବି କରିବାକୁ ପଛାଉ ନାହାନ୍ତି । ଦରକାର ପଡିଲେ ନିଶା ପାଇଁ ଲୁଟପାଟ ତଥା ମାରିବା ପାଇଁ ବି ପଛାଉ ନାହାନ୍ତି । ତା ତଳକୁ ଗରିବ ଶ୍ରେଣୀର ଲୋକେ ସାଇକେଲ ଟ୍ୟୁବ୍ ପ୍ୟାଚରେ ଲଗାଉଥିବା ଅଠାକୁ ଚିଲମରେ ଘଷି ନାକଦ୍ୱାରା ନିଶା ଗ୍ରହଣ କରୁଛନ୍ତି ।

ତା’ସହ ଏବେ ନିଶା ଟାବଲେଟ୍,କଫସିରଫର ଟ୍ରେଣ୍ଡ ଚାଲିଛି ।ମଦ ଦରଠାରୁ ଏହା ଆହୁରି ଶସ୍ତା ଓ ଅତ୍ୟଧିକ ନିଶା କରାଇ ଥାଏ । ଏହି ନିଶା କଲାପରେ ଯୁବପିଢି ନିଜରୁ ଆୟତ୍ତରେ ନରଖି କିଛି ବି କରିପକାଉଛନ୍ତି । ଯାହାକି ନିଜର,ପରିବାର ଓ ସମାଜ ତଥା ଦେଶର ଭବିଷ୍ୟତକୁ ଅନ୍ଧାରକରି ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି । ସରକାର ଏହି ନିଶା ଯୋଗାଉଥିବା ବେପାରୀ ଓ ନିଶାଖୋରଙ୍କ ପାଇଁ ଚିନ୍ତା କରିବାର ସମୟ ଆସିଛି । ନହେଲେ ଏମାନଙ୍କ ପାଇଁ ଅପରାଧ ବଢିବା ସହ ଜନସାଧାରଣ ନାନା ଅଘଟଣର ଶିକାର ହେବା ସାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ