ଚୀନକୁ ଭରସା ନାହିଁ: ସୀମାରେ ଅସ୍ତ୍ର ଠୁଳ କରୁଛି ଭାରତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ପାଇଁ ଭାରତୀୟ ସୁରକ୍ଷା ବାହିନୀକୁ ସଜାଗ କରାଯାଇଛି । ୧୫ ଦିନ ତୀବ୍ର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସଂରକ୍ଷଣ କରିବାକୁ କୁହାଯାଇଛି। ୧୫ ଦିନିଆ ଯୁଦ୍ଧ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ସୁରକ୍ଷା ବାହିନୀ ନିର୍ଦ୍ଦେଶ ପାଇଛନ୍ତି। ମୋଟ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଭୟ ଚୀନ ଓ ପାକିସ୍ତାନ ସହ ହୋଇଥିବା ତିକ୍ତତାକୁ ଦୃଷ୍ଟିରେ ରଖି ୪୦ ଦିନର ସମୟ ରଖାଯାଇଥିଲା । ମାତ୍ର ପରେ୧୦ ଦିନର ସମୟ ରଖାଗଲା ।ଉରି ଆକ୍ରମଣ ପରେ ୧୦ ଦିନିଆ ଯୁଦ୍ଧ ପ୍ରସ୍ତୁତି ବହୁତ କମ୍ ଥିଲା ।

ତେଣୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏହି ତିନି ବାହିନୀର ଅର୍ଥନୈତିକ ପ୍ୟାକେଜକୁ ୧୦୦ କୋଟିରୁ ୫୦୦ କୋଟିରେ ବୃଦ୍ଧି କରିଥିଲେ। ଏହି ତିନି ବାହିନୀକୁ ୩୦୦ କୋଟି ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଥିଲା। ସେବେଠାରୁ ଭାରତ ଯୁଦ୍ଧ ପାଇଁ ପ୍ରତିରକ୍ଷା ବାହିନୀ ଅନେକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ରଖିଛି । ଯଦ୍ୱାରା ବିରୋଧୀଙ୍କ ମୁକାବିଲା କରିବା ସହଜ ହେବ। ଅନ୍ୟପକ୍ଷରେ ଚୀନ୍ ସେନା ମଧ୍ୟ ନିଜକୁ ମଜବୁତ କରିବା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଚୀନ୍ ସେନା ଭାରତୀୟ ସେନା ବିରୋଧରେ ପ୍ରସ୍ତୁତି ସୁଦୃଢ଼଼ କରିବା ପାଇଁ ଅନେକ ସାମରିକ ଶିବିର ନିର୍ମାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!