Masthead

ଚୀନକୁ ଭରସା ନାହିଁ: ସୀମାରେ ଅସ୍ତ୍ର ଠୁଳ କରୁଛି ଭାରତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ପାଇଁ ଭାରତୀୟ ସୁରକ୍ଷା ବାହିନୀକୁ ସଜାଗ କରାଯାଇଛି । ୧୫ ଦିନ ତୀବ୍ର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସଂରକ୍ଷଣ କରିବାକୁ କୁହାଯାଇଛି। ୧୫ ଦିନିଆ ଯୁଦ୍ଧ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ସୁରକ୍ଷା ବାହିନୀ ନିର୍ଦ୍ଦେଶ ପାଇଛନ୍ତି। ମୋଟ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଭୟ ଚୀନ ଓ ପାକିସ୍ତାନ ସହ ହୋଇଥିବା ତିକ୍ତତାକୁ ଦୃଷ୍ଟିରେ ରଖି ୪୦ ଦିନର ସମୟ ରଖାଯାଇଥିଲା । ମାତ୍ର ପରେ୧୦ ଦିନର ସମୟ ରଖାଗଲା ।ଉରି ଆକ୍ରମଣ ପରେ ୧୦ ଦିନିଆ ଯୁଦ୍ଧ ପ୍ରସ୍ତୁତି ବହୁତ କମ୍ ଥିଲା ।

ତେଣୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏହି ତିନି ବାହିନୀର ଅର୍ଥନୈତିକ ପ୍ୟାକେଜକୁ ୧୦୦ କୋଟିରୁ ୫୦୦ କୋଟିରେ ବୃଦ୍ଧି କରିଥିଲେ। ଏହି ତିନି ବାହିନୀକୁ ୩୦୦ କୋଟି ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଥିଲା। ସେବେଠାରୁ ଭାରତ ଯୁଦ୍ଧ ପାଇଁ ପ୍ରତିରକ୍ଷା ବାହିନୀ ଅନେକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ରଖିଛି । ଯଦ୍ୱାରା ବିରୋଧୀଙ୍କ ମୁକାବିଲା କରିବା ସହଜ ହେବ। ଅନ୍ୟପକ୍ଷରେ ଚୀନ୍ ସେନା ମଧ୍ୟ ନିଜକୁ ମଜବୁତ କରିବା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଚୀନ୍ ସେନା ଭାରତୀୟ ସେନା ବିରୋଧରେ ପ୍ରସ୍ତୁତି ସୁଦୃଢ଼଼ କରିବା ପାଇଁ ଅନେକ ସାମରିକ ଶିବିର ନିର୍ମାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା