Masthead

ଟ୍ରମ୍ପଙ୍କ ଭିଡିଓ ଅପଲୋଡ୍ ନିଷେଧ କଲା ୟୁଟ୍ୟୁବ୍

ଆମେରିକା (ବଡ଼ ଖବର): ଫେସବୁକ, ଟ୍ୱିଟର ପରେ ଏବେ ୟୁଟ୍ୟୁବ୍ ଟ୍ରମ୍ପଙ୍କ ଭିଡିଓ ଅପଲୋଡକୁ ନିଷେଧ କରିଛି । ୧ ସପ୍ତାହ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ‌ ଟ୍ରମ୍ପଙ୍କ ‘ଅଫିସିଆଲ୍‌ ଚାନେଲ୍‌’କୁ ବ୍ଲକ୍‌ କରିଦେଇଛି । ୟୁଟ୍ୟୁବ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି ଯେ, ଟ୍ରମ୍ପ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହା ଆମ ନୀତିର ଉଲ୍ଲଂଘନ କରୁଥିଲା । ତେଣୁ ତାଙ୍କ ଚ୍ୟାନେଲ ଉପରେ ଆପେ ଆପେ ପ୍ରତିବନ୍ଧକ ଲାଗିଛି । ଆଗାମୀ ୭ ଦିନ ଯାଏ ଟ୍ରମ୍ପ ନିଜ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ୍ କରିପାରିବେ ନାହିଁ । ଏହା ସହ ଟ୍ରମ୍ପଙ୍କ ଚ୍ୟାନେଲର କମେଣ୍ଟ ସେକ୍ସନକୁ ବି ବନ୍ଦ କରିଦିଆଯାଇଛି । ୨.୭୬ ନିୟୁତ ସବ୍‌ସ୍କ୍ରାଇବର୍‌ ଥିବା ଏହି ଚାନେଲ୍‌କୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍‌’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍‌ ରାଇଟସ୍‌ ଗ୍ରୁପ୍‌’ ଧମକ ଦେବା ପରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ