Before Header

ହୃଦୟରୁ ନୁହେଁ ବରଂ ଭୟରେ କମାଇଲେ ତୈଳ ଦର: ପ୍ରିୟଙ୍କା ଗାନ୍ଧୀ

0 56

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀପାବଳିରେ କେନ୍ଦ୍ରସରକାର ତେଳ ଦର କମାଇ ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ସେପଟେ କେନ୍ଦ୍ରର ନିଷ୍ପତ୍ତିକୁ ୨୪ ଘଣ୍ଟା ନପୂରୁଣୁ ବିଭିନ୍ନ ରାଜ୍ୟମାନେ ନିଜ ନିଜର ଭାଟକୁ ହ୍ରାସ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରୁଥିବାବେଳେ ବିରୋଧ ଦଳ ଏହା ବିରୋଧରେ ସ୍ୱର ଉଠାଉଥିବାର ଦେଖିବାକୁ ମିଳିଛି । କଂଗ୍ରେସ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଛନ୍ତି । ତେବେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ହୃଦୟର ନିଷ୍ପତ୍ତି ନୁହେଁ ବରଂ ସେ ଭୟରେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । କାହିଁକିନା କେନ୍ଦ୍ର ସରକାର ଜନସାଧାରଣଙ୍କୁ ବାରମ୍ବାର ଲୁଟ କରି ଆସୁଛନ୍ତି । କିନ୍ତୁ ନିର୍ବାଚନ ପାଖେଇ ଆସୁଥିବାରୁ ନିଜର ଭାବମୂର୍ତ୍ତୀକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।

ଏନେଇ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବର୍ତ୍ତମାନ ହେଉଛି ପର୍ବର ସମୟ । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ଶାସକ ଦଳ ଲୁଟ କରିବା ଛାଡ଼ି ଦରଦାମ କମାଇବା ପରିବର୍ତ୍ତେ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ-ଡିଜେଲ, ତେଲ, ପନିପରିବା ମୂଲ୍ୟକୁ ବୃଦ୍ଧି କରିବାରେ ଲାଗିଛନ୍ତି । ନିର୍ବାଚନ ପୂର୍ବରୁ ଶାସକ ଦଳ କିଛି ଟଙ୍କା କମ କରି ଜନସାଧାରଣଙ୍କ ପାଖକୁ ଯିବାର ଯୋଜନା କରିଛନ୍ତି । ହେଲେ ଏହାର ଠିକ ଉତ୍ତର ଜନସାଧାରଣ ନିର୍ବାଚନ ସମୟରେ ଦେବେ ବୋଲି ପ୍ରିୟଙ୍କା କହିଛନ୍ତି । ସେପଟେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଶୁକ୍ଳ ହ୍ରାସ କରିବା ପରେ ଅନେକ ରାଜ୍ୟ ଟିକସ ହ୍ରାସ କରିଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି । ତୈଳ ଦର କମ କରିଥିବା ରାଜ୍ୟ ଗୁଡ଼ିକ ହେଲେ ଗୋଆ, ବିହାର, ସିକ୍କିମ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଆସାମ, ତ୍ରିପୁରା ଏବଂ ମଣିପୁର ।

ଉତ୍ତରପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୧୨ ଟଙ୍କା ହ୍ରାସ କରିବାକୁ ୟୁପି ସରକାର ଘୋଷଣା କରିଛନ୍ତି । ସେହିପରି ସିକ୍କିମ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ୭ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ବିହାର ସରକାର ସର୍ବନିମ୍ନ ପେଟ୍ରୋଲ ଉପରେ ୧.୩୦ ପଇସା ଏବଂ ଡିଜେଲ ୧.୯୦ ପଇସା ହ୍ରାସ କରିଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ଆଜି ତେଲରେ ନିଜର ଭାଟକୁ ହ୍ରାସ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ତଥା ଦେଶରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

Leave A Reply

Your email address will not be published.