Masthead

ଇତିହାସ ରଚିଛନ୍ତି ୟୁଟୁବର ଏଲଭିଶ ଯାଦବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଲଭିଶ ଯାଦବ ଏବଂ ତାଙ୍କ ଫ୍ୟାନ୍ସମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ବିଗ ବସ୍ ଓଟିଟି-୨ର ବିଜେତା ଏଲଭିଶ ଇତିହାସ ସୃଷ୍ଟି କରିଛନ୍ତି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେ ୱାଇଲ୍ଡ କାର୍ଡରେ ଆସିଥିବା ପ୍ରତିଯୋଗୀ ବିଜେତା ହେବେ । ମାତ୍ର ଏଲଭିଶ ଏହାକୁ ଭୁଲ ପ୍ରମାଣ କରିଛନ୍ତି ଏବଂ ବିଜେତାର ମୁକୁଟ ପିନ୍ଧିଛନ୍ତି । ଏଲଭିଶଙ୍କ ଜିତିବା ନେଇ ତାଙ୍କ ଫ୍ୟାନ୍ସ ଏବଂ ପରିବାରବାସୀ ଅତ୍ୟନ୍ତ ଖୁସି ଥିବା ଜଣା ପଡୁଛନ୍ତି । ସମସ୍ତେ ଏହାକୁ ଏକ ଉତ୍ସବ ରୂପେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ଏଲଭିଶଙଯକ ବିଜୟ ପାଳନ କରୁଛନ୍ତି । ଏହି ‘ଶୋ’ରେ ତାଙ୍କ ସହ ୟୁଟୁବର ଫୁକରା ଇନ୍ସାନ ଓ ଇନଫ୍ଲୁଏନ୍ସର ମନିଷା ରାନୀ ମଧ୍ୟ ଥିଲେ । ବିଜେତା ହେବା ପରେ ଏଲଭିଶଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ସୁନ୍ଦର ଟ୍ରଫି ପୁରଷ୍କାର ସ୍ୱରୁପ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ